ଚିନ୍ତା ବଢାଉଛନ୍ତି ଫେରନ୍ତା ପ୍ରବାସୀ ଶ୍ରମିକ, ରାଜ୍ୟରେ ୨୪୫କୁ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ପ୍ରବାସୀ ଶ୍ରମିକଙ୍କୁ ନେଇ ବର୍ତ୍ତମାନ ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥା ଆରମ୍ଭ ହୋଇଗଲାଣି । ଏହି ଫେରନ୍ତା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟରୁ ପୁଣି ୨୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରେ ୧୯ ଜଣ ଗଞ୍ଜାମ ଜିଲାର ହୋଇଥିବା ବେଳେ ୫ ଜଣ କେନ୍ଦ୍ରାପଡ଼ାର ଏବଂ ଭଦ୍ରକର ୨ ଜିଲାର ହୋଇଥିବା ସୂଚନା ମିଳିଛି ।
ଆଜି ଗଞ୍ଜାମ ଜିଲାରୁ ଚିହ୍ନଟ ୧୯ ଜଣଙ୍କୁ ମିଶାଇ ଗଞ୍ଜାମରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି। ସେହିପରି କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟାରେ ୮ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ଚିକିତ୍ସାଧୀନ ଥିବାବେଳେ୨ ଜଣ ସୁସ୍ଥ ହୋଇଛନ୍ତି। ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ୧୨ଜଣ ସୁସ୍ଥ ହୋଇଥିବାବେଳେ ୧୧ଜଣ ଆକ୍ରାନ୍ତ ଏବେ ଚିକିତ୍ସାଧୀନ ଅଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.