ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ୪ ମାସ ମିଳିବ ମାଗଣା ଚାଉଳ
ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ହିତାଧିକାରୀଙ୍କୁ ମିଳିବ ଆଉ ୪ ମାସ ଅତିରିକ୍ତ ମାଗଣା ଚାଉଳ। ମୁଣ୍ଡ ପିଛା ମାସକୁ ୫ କେ.ଜି ଅତିରିକ୍ତ ଚାଉଳ ମିଳିବ। ଏଥିରେ ୯ ଲକ୍ଷ ୧୫ ହଜାର ହିତାଧିକାରୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର ୬୮ କୋଟି ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ବହନ କରିବ ରାଜ୍ୟ। କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ବଡ଼ ଘୋଷଣା କରିଛନ୍ତି।
ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ଏହି ଚାଉଳ ମିଳିବ । ଏଥିପାଇଁ ମାସକୁ ୪,୫୭୮ ଟନ୍ ଚାଉଳ ହିସାବରେ ୪ମାସରେ ୧୮,୩୧୦.୬୪୦ ଟନ୍ ଚାଉଳ ଯୋଗାଇ ଦିଆଯିବ । ଏହି ଯୋଜନା ଅଧୀନରେ ୨,୮୮,୫୨୮ ପରିବାରର ୯,୧୫,୫୩୨ ସଦସ୍ୟ ଉପକୃତ ହେବେ।
Comments are closed.