କେନ୍ଦ୍ରର କୃଷି ଆଇନ ପ୍ରତ୍ୟାହାର ଘୋଷଣାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ପବିତ୍ର ଗୁରୁ ପୂର୍ଣ୍ଣିମା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କୃଷକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। କୃଷକ ସଙ୍ଗଠନମାନଙ୍କ ତୀବ୍ର ବିରୋଧ ପରେ ଶେଷରେ ୩ ନୂଆ କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଵାଗତ ଜଣାଇଛନ୍ତି। ନବୀନ ଟ୍ଵିଟ୍ କରି ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ କୃଷି ଆଇନ ପ୍ରତ୍ୟାହାର କରିବା ନିଷ୍ପତ୍ତି ସ୍ଵାଗତଯୋଗ୍ୟ। ବିଜେଡି ସର୍ବଦା କୃଷକଙ୍କ ହିତରେ ରହିଛି।
Welcome Hon'ble PM @narendramodi ji’s decision to repeal all 3 #FarmLaws, in the best interests of the country and its farmers. Your farms and families have been waiting for long and they will be happy to welcome you back. @bjd_odisha continues to stand with the farmers.
— Naveen Patnaik (@Naveen_Odisha) November 19, 2021
ପ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ୩ଟି ନୂଆ କୃଷି ଆଇନ ପ୍ରତ୍ୟାହୃତ କରିବା ପାଇଁ ଘୋଷଣା କରିବା ସହ ଆନ୍ଦୋଳନରତ କୃଷକମାନେ ଘରକୁ ଫେରିଯାଆନ୍ତୁ ବୋଲି ଅପିଲ୍ କରିଛନ୍ତି। ତେବେ ଶୀତ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ। ସେପଟେ ଶୀତ ଅଧିବେଶନରୁ ଏହି ବିଲ୍ ପ୍ରତ୍ୟାହୃତ ନହେବା ଯାଏଁ କୃଷକ ସଙ୍ଗଠନମାନେ ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।
Comments are closed.