ରାଜ୍ୟର ପ୍ରଥମ ବିଧାୟକ ଭାବେ କରୋନାରେ ଆକ୍ରାନ୍ତ ହେଲେ ‘ସୁକାନ୍ତ ନାୟକ’

Share It

ନୀଳଗିରି ବିଧାୟକ କରୋନା ପଜିଟିଭ୍‌ ଚିହ୍ନଟ। ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। । ତାଙ୍କୁ ବାଲେଶ୍ବର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ବିଧାୟକଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ପ୍ରଥମ ବିଧାୟକ ଭାବରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ସୁକାନ୍ତ ନାୟକଙ୍କୁ ପୂର୍ବରୁ ଥଣ୍ଡା ନଛାଡିବାରୁ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।ଆଜି ତାଙ୍କର ପଜେଟିଭ ଆସିବା ପରେ ଅଂଚଳରେ ଆତଙ୍କ ଖେଳି ଯାଇଛି। ସେ ଭୁବନେଶ୍ୱରଠାରୁ ଆରମ୍ଭ କରି ନୀଳଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ କରିଛନ୍ତି। ଏପରିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ବ କରି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ସହ ଦୁଇଦିନ ପୂର୍ବରୁ ଛତ୍ରପୁରରେ କାର୍ଯ୍ୟକ୍ରମ କରିଥିଲେ। ତେବେ ତାଙ୍କୁ କରୋନା ସଂକ୍ରମଣ ହେବାପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଶତାଧିକ ଲୋକଙ୍କ ଅଵସ୍ଥା କଣ ହେବ ଏନେଇ ପ୍ରଶ୍ନ ଉଠିଛି।


Share It

Comments are closed.