ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ ରେ ଓଡ଼ିଶାକୁ ସ୍ୱର୍ଣ୍ଣ ପଦକ

Share It

ଭୁବନେଶ୍ୱର: ୨୩ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ ରେ ଓଡ଼ିଶାକୁ ସ୍ବର୍ଣ୍ଣ ପଦକ ମିଳିଛି।ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୫ ରେ ମହିଳା ଟି-୪୭ ବର୍ଗରେ ୧୦୦ ମିଟରରେ ପାରା ଆଥଲିଟ୍‌ ଜୟନ୍ତୀ ବେହେରାଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି।

ପ୍ରକାଶଯୋଗ୍ୟ ଯେ, ଚେନ୍ନାଇର ଜବାହାରଲାଲ ନେହେରୁ ଷ୍ଟାଡିୟମ୍‌ ଠାରେ ୧୭ ଫେବୃଆରୀ ରୁ ୨୦ ଫେବୃଆରୀ ପର୍ଯ୍ୟନ୍ତ ୨୩ତମ ଜାତୀୟ ପାରାଆଥଲେଟିକ୍ସ ଚାମ୍ପିଅନସିପ ଆୟୋଜିତ ହେଉଛି। ଏହି ପ୍ରତିଯୋଗିତାରେ ଓଡ଼ିଶାର ୩୨ଜଣ ପାରାଆଥଲିଟ୍ ଅଂଶ ଗ୍ରହଣ କରିଛନ୍ତି।


Share It

Comments are closed.