ପିପିଲି,୭/୦୪:ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ। ସେ ଲିଭର ସିରୋସିସ୍ରେ ରୋଗରେ ପୀଡ଼ିତ ଥିଲେ। ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ଓଲିଉଡ଼ ଜଗତରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିଲେ ରବି ସ୍ୱାଇଁ । ତାଙ୍କର ଦେହାନ୍ତରେ ପିପିଲିରେ ଶୋକର ଛାୟା ଖେଳିଯାଇଛି । ପିପିଲି ବିଧାୟକଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, କଂଗ୍ରେସ ନେତା ନିଶିକାନ୍ତ ମିଶ୍ର,ରାଜ୍ୟ ଖାଦ୍ୟ ସୁରକ୍ଷା ଆୟୋଗର ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ସୂଚନାଥାଉ କି ବରିଷ୍ଠ ଚଳଚ୍ଚିତ୍ରନିର୍ମାତା ତଥା ପିପିଲି ଅଞ୍ଚଳର ଶିଳ୍ପପତି ଏବଂ ସମାଜସେବୀ ରବି ସ୍ବାଇଁ ତାଙ୍କର ୭୫ବର୍ଷ ବୟସରେ ଆଜି ସକାଳ ପ୍ରାୟ ୬ଟାରେ ଚିକିତ୍ସାଧୀନ ଅବସ୍ଥାରେ ବିୟୋଗଘଟିଛି । ସେ ଲିଭର ସୋରିଆସିସ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ “ଜୋର ଯାର ମୂଲକ ତାର”, ବସନ୍ତ ସାହୁଙ୍କ ନିର୍ଦ୍ଦେଶିତ “କି ହେବ ଶୁଆ ପୋଷିଲେ”, ଅବତାର ସିଂହଙ୍କ ନିର୍ଦ୍ଦେଶିତ”ପଞ୍ଜୁରୀ ଭିତରେ ଶାରୀ ” ଏବଂ ଉଦଣ୍ଡୀ ସୀତା” ଚଳଚିତ୍ରର ସେ ନିର୍ମାତା ଥିଲେ । ଏହା ରାଜ୍ୟରେ ବେଶ ଆଦୃତ ହୋଇଥିଲା ।
Comments are closed.