ନୂଆ ବର୍ଷରେ ଆସୁଛି କଲେଜ ଲଭ ଷ୍ଟୋରି ଭିତ୍ତିକ ଓଡ଼ିଆ ଚଳଚିତ୍ର ‘ଅହମ’
ଭୁବନେଶ୍ୱର: କଲେଜ ଜୀବନର ପ୍ରେମ କାହାଣୀକୁ ଆଧାର କରି ନୂଆ ବର୍ଷରେ ଦର୍ଶକଙ୍କ ସମ୍ମୁଖରେ ଆସିବାକୁ ଯାଉଛି ଓଡ଼ିଆ ଚଳଚିତ୍ର ‘ଅହମ’। ବିଜୟଲକ୍ଷ୍ମୀ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଏହି ଚଳଚିତ୍ରର ଶୁଭ ମହୁରତ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଗାୟତ୍ରୀ ମନ୍ଦିରରେ ଧାର୍ମିକ ଆଚାର-ଅନୁଷ୍ଠାନ ସହ ସଫଳତାର ସହିତ ସମ୍ପନ୍ନ ହୋଇଛି।
ସ୍କ୍ରିପ୍ଟ ଓ କ୍ୟାମେରା ପୂଜା ସହ ଭଗବାନଙ୍କ ଆଶୀର୍ବାଦ ନେଇ ଚଳଚିତ୍ରର ଶୁଭାରମ୍ଭ କରାଯାଇଥିବା ବେଳେ, ଆସନ୍ତା ଜାନୁଆରୀ ମାସରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି।

ଚଳଚିତ୍ର ‘ଅହମ’ରେ ମୁଖ୍ୟ ନାୟକ ଭୂମିକାରେ ନଜର ଆସିବେ ଅଭିଷେକ ପଣ୍ଡା। ତାଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିବେ ପିୟାଲି ଦାସ। ମ୍ୟୁଜିକ ଭିଡିଓ ଓ ୟୁଟୁବ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଚୁଳବୁଲି ନାୟିକା ପିୟାଲି, ଏହି ଚଳଚିତ୍ର ମାଧ୍ୟମରେ ପ୍ରଥମ ଥର ପାଇଁ ବଡ ପରଦାରେ ପାଦ ରଖୁଛନ୍ତି।
ଚଳଚିତ୍ରର କାହାଣୀ ଓ ନିର୍ଦ୍ଦେଶନାର ଭାର ସମ୍ଭାଳିଛନ୍ତି ହିମାଂଶୁ ଶେଖର। ଏହି ଚଳଚିତ୍ରର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି ନବଗତା ଯୁବ ପ୍ରଯୋଜିକା ନଦିନୀ ପରିଡା।
କଲେଜ ସମୟର ପ୍ରେମ, ଭାବନା ଓ ସମ୍ପର୍କର ଉତ୍ତାର-ଚଢାଉକୁ କେନ୍ଦ୍ର କରି ‘ଅହମ’ର କାହାଣୀ ଗତିଶୀଳ ହୋଇଛି। ଚଳଚିତ୍ରରେ ରୋମାଣ୍ଟିକ ଟ୍ରାକ ସହ ୪ଟି ଆକର୍ଷଣୀୟ ଗୀତ ରହିଛି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ତ୍ରିପାଠୀ ଏବଂ କଣ୍ଠଦାନ କରିଛନ୍ତି ଅଭିଜିତ ମିଶ୍ର।
ମୁଖ୍ୟ ଚରିତ୍ରରେ ଅଭିଷେକ ଓ ପିୟାଲିଙ୍କ ସହିତ ଅନ୍ୟାନ୍ୟ ଭୂମିକାରେ ଟୁକୁନା ଷ୍ଟାଇଲିଷ୍ଟ, ମିଷ୍ଟର ହତାଶିଆ, ରାମେଶ୍ୱରୀ, ଉମା ଓ ଗୁଡୁ ଅଭିନୟ କରୁଛନ୍ତି।
ଚଳଚିତ୍ର ‘ଅହମ’ ନୂଆ ପିଢ଼ିର ପ୍ରେମ କାହାଣୀକୁ ନେଇ ଦର୍ଶକଙ୍କ ମନ ଜିତିବ ବୋଲି ନିର୍ମାତାମାନେ ଆଶା ପ୍ରକାଶ କରିଛନ୍ତି।
Comments are closed.