ଓବେନ ଇଲେକଟ୍ରିକ ପକ୍ଷରୁ ଏହାର ୫୦ ତମ ନୂଆ ଶୋ’ରୁମର ଶୁଭାରମ୍ଭ

Share It

ଭୁବନେଶ୍ୱର : ଅଗ୍ରଣୀ ଇଲେକଟ୍ରିକ ମୋଟରସାଇକେଲ ନିର୍ମାତା କମ୍ପାନୀ ଓବେନ ଇଲେକଟ୍ରିକ ଆନ୍ଧ୍ରପ୍ରଦେଶ ବିଶାଖାପଟନାରେ ଏହାର ୫୦ ତମ ଶୋରୁମର ଉଦଘାଟନ କରିଛି । କମ୍ପାନୀ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ ୧୫୦ରୁ ଉର୍ଦ୍ଧ୍ୱ ଶୋରୁମ ଏବଂ ସର୍ଭିସ ସେଂଟର ଖୋଲିବାର ଲକ୍ଷ୍ୟ ରହିଛି ।
ଏହି କମ୍ପାନୀ ନିକଟରେ ବିଶାଖାପଟନା ଏବଂ ଗୁଂଟୁରେ (ଆନ୍ଧ୍ରପ୍ରଦେଶ), ରାଂଚି (ଝାଡଖଣ୍ଡ), ଜବଲପୁର (ମଧ୍ୟପ୍ରଦେଶ), ଆଲିଗଡ ଏବଂ ଉନ୍ନାଓ (ଉତରପ୍ରଦେଶ) ଏବଂ ପାଲକ୍କଡ(କେରଳ)ରେ ସଂପ୍ରସାରିତ ହୋଇଛି । ନୂତନ ଭାବରେ ଶୁଭାରମ୍ଭ ହୋଇଥିବା ଏହି ନୂଆ ‘ରୋର ଇଜେଡ ସିଗମା’ ଆଧୁନିକ ଭାରତୀୟଙ୍କ ଆବଶ୍ୟକତାକୁ ଦେଖି ପ୍ରସ୍ତୁତ ହୋଇଛି ।

ଏହି ସଫଳତା ବିଷୟରେ ପ୍ରତିକ୍ରିୟା ଦେଇ ଓବେନ ଇଲେକଟ୍ରିକର ପ୍ରତିଷ୍ଠାତା ଏବଂ ସିଇଓ ଶ୍ରୀମତୀ ମଧୁମିତା ଅଗ୍ରାୱାଲ କହିଛନ୍ତି ଯେ, “ଓବେନ ଇଲେକଟ୍ରିକର ୫୦ ତମ ଡିଲରସିପ ସମଗ୍ର ଭାରତରେ ଇଲେକଟ୍ରିକ ଚଳନକ୍ଷମତା ବା ମୋବିଲିଟିକୁ ପଂହଚାଇବାରେ ଆମର ଏକ ଦୃଢ ପଦକ୍ଷେପକୁ ଦର୍ଶାଉଛି । ଆନ୍ଧ୍ରପ୍ରଦେଶ ବିଶାଖାପଟନାରେ ନୂତନ ଶୋ’ରୁମ ଆମ ପାଇଁ ଏକ ଗର୍ବର ବିଷୟ । ”
ଓବେନ ଇଲେକଟ୍ରିକ ଏକ ଭାରତୀୟ ଇଭି କମ୍ପାନୀ ଯାହା ନିଜେ ନିଜର ବ୍ୟାଟେରୀ, ମୋଟର, ଚାର୍ଜର ଓ ଭେହିକିଲ ନିୟନ୍ତ୍ରଣ ୟୁନିଟ ତିଆରି କରେ । ଏହି କମ୍ପୀନି ଭାରତରେ ବିଭିନ୍ନ ପରିସ୍ଥିତିରେ ଭଲ ଚାଲିପାରିବା ଭାବରେ ପ୍ରସ୍ତୁତ କରାଯାଇଛି । କମ୍ପାନୀ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଦେଶବ୍ୟାପୀ ୧୫୦ରୁ ଉର୍ଦ୍ଧ୍ୱ ଶୋ’ରୁମ ଏବଂ ସର୍ଭିସ ସେଂଟର ଖୋଲିବାର ଲକ୍ଷ୍ୟ ରହିଛି । ପ୍ରତ୍ୟେକ ଶୋରୁମ ସଂପୂର୍ଣ୍ଣ ନିୟୋଜିତ ସର୍ଭିସ ସେଂଟର ଏବଂ ଦୃଢ ଗ୍ରାହକ ସମର୍ଥନ ଦ୍ୱାରା ସମର୍ଥିତ ।


Share It

Comments are closed.