ସ୍ୱାଧୀନତା ଦିବସ ଅବସରରେ ଦେଶର ପ୍ରଗତି ଓ ସମୃଦ୍ଧି କାମନା କରିଛନ୍ତି ଏନଏସଇ ମୁଖ୍ୟ ଆଶିଷ କୁମାର ଚୌହାନ

Share It

ଭୁବନେଶ୍ୱର,: ୭୯ତମ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ଏନଏସଇ ଏମ୍‌ଡି ଓ ସିଇଓ ଆଶିଷ କୁମାର ଚୌହାନ ଦେଶର ପ୍ରଗତି ଓ ସମୃଦ୍ଧିର କାମନା କରିଛନ୍ତି । ସେ କହିଛନ୍ତି, “ ଚଳିତ ସ୍ୱାଧୀନତା ଦିବସ ଅବସରରେ ଆମେ ଆମ ଦେଶର ପ୍ରଗତିଶୀଳ ଯାତ୍ରାକୁ ରୂପ ଦେଇଥିବା ମୂଲ୍ୟବୋଧ ଓ ସଙ୍କଳ୍ପକୁ ପାଳନ କରୁଛୁ । ଭାରତ ସ୍ୱାଧୀନତାର ୭୮ ବର୍ଷ ପୂରଣ କରିଥିବା ବେଳେ ଆମେ ଏକ ଆତ୍ମବିଶ୍ୱାସୀ ରାଷ୍ଟ୍ର ଭାବେ ଗର୍ବିତ ଅନୁଭବ କରୁଛୁ ଯାହା ଉଦ୍ଭାବନ ଓ ଅଭିବୃଦ୍ଧି ଏବଂ ସମସ୍ତଙ୍କ ପାଇଁ ଏକ ଉତମ ଭବିଷ୍ୟତ ନିର୍ମାଣ କରିବା ପ୍ରତି ପ୍ରତିବଦ୍ଧ ରହିବା ସହ ଆମର ଆନ୍ତର୍ଜାତୀୟ ଉପସ୍ଥିତିକୁ ବୃଦ୍ଧି କରୁଛି । ଏହି ଅବସରରେ ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଉଛି ।”
ଶ୍ରୀଯୁକ୍ତ ଚୌହାନ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୭୯ତମ ସ୍ୱାଧୀନତା ଦିବସ ଅଭିଭାଷଣକୁ ପ୍ରଶଂସା କରିଛନ୍ତି, ଯେଉଁଥିରେ ସେ ଭାରତର ଅର୍ଥନୀତି ଓ ସମାଜ ପାଇଁ ଏକ ରୋଡମ୍ୟାପ ପ୍ରଦାନ କରିଥିଲେ । ନିଭ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ଭାରତ ପାଇଁ ଆହ୍ୱାନ ଦେଇଥିଲେ, ଯାହା ମଜବୁତ ବୈଦେଶି ମୁଦ୍ରା ଭଣ୍ଡାର, ସାମଗ୍ରିକ ଆର୍ଥିକ ସ୍ଥିରତା ଓ ଆନ୍ତର୍ଜାତୀୟ ଏଜେନ୍ସିଗୁଡିକର ସକାରାତ୍ମକ ରେଟିଂ ଦ୍ୱାରା ସମର୍ଥିତ ବିଶ୍ୱରେ ଭାରତର ସୁଦୃଢ ସ୍ଥିତିକୁ ହାଇଲାଇଟ କରିଥିଲା ।
ସେହିପରି ସ୍ୱାଧୀନତା ଦିବସ ଅବସରରେ ମୁମ୍ବାଇସ୍ଥିତ ଏନଏସଇର ମୁଖ୍ୟାଳୟ ତ୍ରିରଙ୍ଗାର ତିନି ରଙ୍ଗର ଆକର୍ଷଣରେ ଉଜ୍ଜ୍ୱଳିତ ହୋଇଛି, ଯାହା ଆମ ମହାନ ଦେଶର ଗର୍ବ, ଏକତା ଓ ଉତ୍ସାହର ଏକ ଉଜ୍ଜ୍ୱଳ ପ୍ରତୀକ ଅଟେ । ଉଲ୍ଲେଖଯୋଗ୍ୟ ଯେ, ଓଡିଶା ଇକ୍ୱିଟି ବଜାର ଅଂଶଗ୍ରହଣ କ୍ଷେତ୍ରରେ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବେ ଉଭା ହୋଇଥିବା ବେଳେ ଜୁଲାଇ ୨୦୨୫ ସୁଦ୍ଧା ଏହାର ଏନଏସଇ ନିବେଶକ ପଞ୍ଜୀକରଣ ସଂଖ୍ୟା ୨୫.୫ ଲକ୍ଷ ରହିଛି । ଏନଏସଇ ପାଇଁ ବର୍ଦ୍ଧିତ ନିବେଶକ ଅଂଶଗ୍ରହଣ ଦୃଷ୍ଟିରୁ ଶୀର୍ଷ ୧୦ଟି ରାଜ୍ୟ ବାହାରେ ଆସାମ, ଛତିଶଗଡ ଓ ଓଡିଶା ଶୀର୍ଷ ପ୍ରଦର୍ଶନକାରୀ ରାଷ୍ଟ୍ର ହୋଇଛନ୍ତି । ସେହିପରି ଏନଏସଇର ମୋଟ ପଞ୍ଜୀକୃତ ନିବେଶକ ଆଧାରର ଶୀର୍ଷ ୫ଟି ଯୋଗଦାନକାରୀ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଉତରପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ତାମିଲନାଡୁର ସ୍ଥାନ ରହିଛି । ନିକଟରେ ଏନଏସଇ ଜୁଲାଇ ୨୦୨୫େୀ ୨୩ କୋଟି (୨୩୦ ମିଲିୟନ) ଟ୍ରେଡିଂ ଆକାଉଂଟ ସଂଖ୍ୟା ଅତିକ୍ରମ କରି ଏକ ବଡ ସଫଳତା ହାସଲ କରିଛି ।

 


Share It

Comments are closed.