ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତିଙ୍କ ପୁଅକୁ ଅପହରଣ କଲା ତାଲିବାନ
ଆଫଗାନିସ୍ତାନରେ ତାଲିବାନ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଛି। ଏବେ ରାଜନେତାଙ୍କ ପରିବାରକୁ ମଧ୍ୟ ଟାର୍ଗେଟ କରାଯାଉଛି। ନ୍ୟୁଜ୍ ୟୁନିକର ରିପୋର୍ଟ ଅନୁସାରେ, ତାଲିବାନ ଏବେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅବଦୁଲର ରଶିଦ୍ ଦୋସ୍ତୁମଙ୍କୁ ସାକ୍ଷତ କରିଥିଲେ। ଦୋସ୍ତୁମ ଉତ୍ତର ଆଫଗାନିସ୍ତାନର ବଡ ନେତା। ସେ ୯୦ ଦଶକରେ ଆଫଗାନିସ୍ତାନରେ ନର୍ଦନ ଆଲାୟନ୍ସ ସୃଷ୍ଟି କରିଥିଲେ। ମିଳିଥିବା ସୂଚନା ଅନ ଅନୁସାରେ, ତାଲିବାନୀ ଯୋଦ୍ଧା ତାଙ୍କ ସହିତ କିଛି ଆଫଗାନିସ୍ତାନୀ ସୈନିକଙ୍କୁ ଅପହରଣ କରିନେଇ ଯାଇଛନ୍ତି। ତେବେ ଏ ସମ୍ପର୍କରେ ତାଲିବାନ କିମ୍ବା ଆଫଗାନିସ୍ତାନ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ।
ଆଫଗାନିସ୍ତାନର ପୂର୍ବତନ ଉପ ରାଷ୍ଟ୍ରପତି ରହି ସାରିଥିବା ଦୋସ୍ତୁମ ବୁଧବାର ରାଷ୍ଟ୍ରପତି ଅଶରଫ ଗନିଙ୍କୁ ସାକ୍ଷାତ କରିଥିଲେ। ସାକ୍ଷାତ ପରେ କହିଥିଲେ, ଦେଶର ଉତ୍ତର ଭାଗରେ ତାଲିବାନର ସଫେଇ କରିଦିଆଯିବ। ସେ କହିଛନ୍ତି, ତାଲିବାନ ପାଖରେ ରକ୍ଷା ପାଇବା ଛଡା ଅନ୍ୟ କୌଣସି ରାସ୍ତା ନାହିଁ। ଦୋସ୍ତୁମଙ୍କ ମିଲିଶିୟା ଗ୍ରୁପ୍ ଆଫଗାନ୍ ସେନା ସହିତ ମିଶି ତାଲିବାନ ବିରୋଧରେ ଯୁଦ୍ଧ କରୁଛି। ଏହା ପୂର୍ବରୁ ୧୯୯୦ ଓ ୨୦୦୧ ଭିତରେ ଦୋସ୍ତୁମ ବଲଖ୍ ପ୍ରାନ୍ତରୁ ତାଲିବାର ସଫେଇ କରିଦେଇଥିଲେ। ୧୦ଟି ସହରରେ କବଜା ପରେ ତାଲିବାନର ଆଗାମୀ ଟାର୍ଗେଟ ଚତୁର୍ଥ ବଡ ସହର ମଜାର-ଇ-ସରିଫ୍ ଅଟେ।
Comments are closed.