ଦୁର୍ଦ୍ଦାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର

Share It

ସମ୍ବଲପୁର,୧୮/୦୩:ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର।ପୋଲିସ ଗୁଳିରେ ଟିମା ଝାଙ୍କର ଓରଫ ଧନେଶ୍ୱର ଝାଙ୍କର ଆହତ ହୋଇଛନ୍ତି । ତାଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବା ସୂଚନା ମିଳିଛି । ଆହତ ଅବସ୍ଥାରେ ତାଙ୍କୁ ତୁରନ୍ତ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁଯାୟୀ, ଟିମାଙ୍କୁ କାବୁ କରିବା ପାଇଁ ପୋଲିସ ଡ଼ୁମଛାଲି ଜଙ୍ଗଲ ନିକଟରେ ଅଭିଯାନ ଚାଳାଇଥିଲା । ଏହି ସମୟରେ ଟିମା ପୋଲିସ ଦଳ ଉପରେ ପ୍ରାୟ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ । ପରିସ୍ଥିତି ଗମ୍ଭୀର ହେବାରୁ ପୋଲିସ ଆତ୍ମରକ୍ଷ୍ୟା ପାଇଁ ପ୍ରତିଗୁଳି ଚାଳନା କରିଥିଲା, ଯାହାରେ ଟିମାଙ୍କ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଥିଲେ ।

ଏହି ଘଟଣାରେ ଟିମାଙ୍କର ତିନି ଜଣ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଗୋଟିଏ ପିସ୍ତଲ, ଅଫୁଟା ଗୁଳି, ଏକ ବୋଲେରୋ ଗାଡ଼ି, ତାର କଟା ଯନ୍ତ୍ର ସହ ବିଦ୍ୟୁତ ତାର ଚୋରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି ।ଟିମା ଝାଙ୍କର ନାଁରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଡକାୟତି, ରାହାଜାନି, ଆର୍ମସ ଆକ୍ଟ ଓ ଆଲୁମିନିୟମ ତାର ଚୋରି ଭଳି ପ୍ରାୟ ୪୧ରୁ ଅଧିକ ସଙ୍ଗୀନ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।
ଘଟଣା ପରେ ଅଞ୍ଚଳରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଥିବା ବେଳେ, ଟିମାଙ୍କ ଆପରାଧିକ ଜାଲ ବିଷୟରେ ଆହୁରି ତଦନ୍ତ ଜାରି ରହିଛି ।


Share It

Comments are closed.