୧୯,୯୯୯ ଟଙ୍କାରେ ନଥିଙ୍ଗ ଫୋନ (3a) ଲାଇଟ୍‌ ବଜାରରେ

Share It

ଭୁବନେଶ୍ୱର : ଲଣ୍ଡନ ଭିତିକ ଟେକ୍ନୋଲୋଜି କମ୍ପାନୀ ନଥିଙ୍ଗ ପକ୍ଷରୁ ଡିସେମ୍ବର ୫ ତାରିଖ, ୨୦୨୫ରୁ ଏହାର ଫୋନ (୩ଏ) ଲାଇଟ୍‌ର ସେଲ ଆରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ନଥିଙ୍ଗ ପକ୍ଷରୁ ଏହି ସ୍ମାର୍ଟଫୋନର ଭାରତ ଲଂଚ ସମୟରେ କ୍ଲାସିକ ବ୍ଲାକ ଓ ହ୍ୱାଇଟ ରଙ୍ଗ ସହିତ ଏକ ନୂଆ ବ୍ଲୁ କଲର୍‌ର ଶୁଭାରମ୍ଭ କରାଯାଇଛି। ଏହି ଡିଭାଇସ ନଥିଙ୍ଗର ସିଗ୍ନେଚର ଟ୍ରାନ୍ସପରାଂଟ ଡିଜାଇନ, ଏକ ୬.୭୭ ଇଂଚ ଆମୋଲେଡ ଡିସ୍‌ପ୍ଲେ, ୫୦ଏମପି ମେନ୍ କ୍ୟାମେରା ସହ ଟ୍ରୁଲେନ୍ସ ଇଞ୍ଜିନ ୪.୦, ମିଡିଆଟେକ ଡାଇମେନ୍‌ସିଟି ୭୩୦୦ ପ୍ରୋ ଚିପସେଟ ଓ ଏକ ୫୦୦୦ ଏମଏଏଚ ବ୍ୟାଟେରୀ ଆଣିଛି। ଏହାର ମୂଲ୍ୟ ୨୦,୯୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ୮ଜିବି+୧୨୮ଜିବି ଭାରିଆଂଟ ପାଇଁ ବ୍ୟାଙ୍କ ରିହାତି ପରେ ଏହାର ମୂଲ୍ୟ ୧୯,୯୯୯ ଟଙ୍କାକୁ ହ୍ରାସ ପାଇଛି। ଫୋନ (୩ଏ) ଲାଇଟ ବିକ୍ରି ପାଇଁ ଫ୍ଲିପକାର୍ଟ, ବିଜୟ ସେଲ୍‌ସ, କ୍ରୋମା ଓ ଭାରତର ପ୍ରମୁଖ ରିଟେଲ ଆଉଟଲେଟଗୁଡିକରେ ଉପଲବ୍ଧ ହେଉଛି। ଫୋନ (୩ଏ) ଲାଇଟ ଆଇପି୫୪ ରେଜିଷ୍ଟାନ୍ସ, ଏକ ଆଲୁମିନିୟମ ଇଂଟରନାଲ ଫ୍ରେମ ସହିତ ଆସୁଛି। ଏଥିରେ ୧୨୦ ଏଚଜେଡ ଆଡାପ୍ଟିଭ ରିଫ୍ରେଶ ରେଟ ସହ ୬.୭୭ ଇଂଚ ଫ୍ଲେକ୍ସିବୁଲ ଆମୋଲେଡ ଡିସ୍‌ପ୍ଲେ ଓ ୩୦୦୦ ନିଟ୍‌ସ ପିକ୍ ଏଚଡିଆର ବ୍ରାଇଟନେସ୍ ରହିଛି।
ଏହି ଫୋନ ଟ୍ରୁଲେନ୍ସ ଇଞ୍ଜିନ ୪.୦ ଦ୍ୱାରା ସମର୍ଥିତ ଏକ ୫୦ ଏମ୍‌ପି ମେନ କ୍ୟାମେରା, ଅଲ୍‌ଟ୍ରା ଏକ୍ସଡିଆର, ନାଇଟ ମୋଡ ଓ ୩୦ ଏଫପିଏସରେ ୪କେ ଭିଡିଓ ଭଳି ଫିଚର ସହ ସୁସଜ୍ଜିତ ରହିଛି। ଏହାର ୧୬ ଏମ୍‌ପି ଫ୍ରଂଟ କ୍ୟାମେରା ଉଚ୍ଚମାନର ସେଲ୍‌ଫି ଓ ଭିଡିଓ କଲ୍‌ଗୁଡିକୁ ସପୋର୍ଟ କରିଥାଏ। ନଥିଙ୍ଗର ବିକଶିତ ଗ୍ଲାଇଫ୍ ଲାଇଟ ସିଷ୍ଟମ ଫଙ୍କ୍‌ଶନାଲ ନୋଟିଫିକେଶନ, କ୍ୟାମେରା କାଉଂଟଡାଉନ ଓ କଷ୍ଟମ କଂଟାକ୍ଟ ଆଲର୍ଟ ଆଣିଥାଏ। ମିଡିଆଟେକ ଡାଇମେନ୍‌ସିଟି ୭୩୦୦ ପ୍ରୋ ଦ୍ୱାରା ପରିଚାଳିତ, ଫୋନ (୩ଏ) ଲାଇଟ ୧୬ ଜିବି ପର୍ଯ୍ୟନ୍ତ ରାମ (ଭର୍ଚୁଆଲ ସମେତ) ଓ ୨ ଟିବି ପର୍ଯ୍ୟନ୍ତ ସମ୍ପ୍ରସାରିତ ହେଉଥିବା ଷ୍ଟୋରେଜ ପ୍ରଦାନ କରୁଛି। ସାରାଦିନର ନିର୍ଭରଯୋଗ୍ୟ ବ୍ୟବହାର ପାଇଁ ଏକ ୫୦୦୦ ଏମଏଏଚ ବ୍ୟାଟେରୀ ୩୩ ୱାଟ ଫାଷ୍ଟ୍ ଚାର୍ଜିଙ୍ଗ ସହ ପେୟାର ହୋଇଛି। ଏହି ଡିଭାଇସ ୩ ବର୍ଷର ପ୍ରମୁଖ ଅପ୍‌ଡେଟ ଏବଂ ୬ ବର୍ଷର ନିଶ୍ଚିତ ସିକ୍ୟୁରିଟି ଅପ୍‌ଡେଟ ସହିତ ଆଣ୍ଡ୍ରଏଡ ୧୫ ଉପରେ ଆଧାରିତ ନଥିଙ୍ଗ ଓଏସ ୩.୫ ଦ୍ୱାରା ପରିଚାଳିତ ହେଉଛି।


Share It

Comments are closed.