କାନେରିଆଙ୍କ ପୂର୍ବରୁ ଏହି ହିନ୍ଦୁ ଖେଳାଳୀ ପାକିସ୍ତାନ ପାଇଁ ଖେଳିଥିଲେ କ୍ରିକେଟ, ଜାଣନ୍ତୁ ସେ କିଏ
ଦାନିଶ କନେରିଆ କରାଚିରେ ଜନ୍ମଗ୍ରହଣ କରିଥିଲେ । କନେରିଆ ପରିବାର ମୂଳତଃ ଗୁଜରାଟୀ ଏବଂ ମାରୱାଡି ସମ୍ପ୍ରଦାୟ ସହିତ ତାଙ୍କର ସମ୍ପର୍କ ରହିଛି । ସେମାନଙ୍କ ପରିବାର ବହୁ ପୂର୍ବରୁ ସୁରତରୁ କରାଚି ଚାଲି ଆସିଥିଲେ। କ୍ରିକେଟର ହେବା ପାଇଁ ଦାନିଶଙ୍କ ମନରେ ଉତ୍ସାହ ଥିଲା ଏବଂ ୨୦୦୦ ରେ ସେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିବା ପରେ ତାଙ୍କ ସ୍ୱପ୍ନ ସାକାର ହୋଇଥିଲା ଏବଂ ଶୀଘ୍ର ପାକିସ୍ତାନର ମୁଖ୍ୟ ସ୍ପିନର ହୋଇଥିଲେ । ସେ ୨୦୦୧ରେ ବାଂଲାଦେଶ ବିପକ୍ଷରେ ଏକ ଇନିଂସରେ ୫ ୱିକେଟ୍ ନେବାର ସଫଳତା ମଧ୍ୟ ହାସଲ କରିଥିଲେ। ନିଜ କ୍ୟାରିୟରରେ ଦାନିଶ କନେରିଆ ପାକିସ୍ତାନ ପାଇଁ ମୋଟ ୬୧ ଟେଷ୍ଟ ମ୍ୟାଚ୍ ଖେଳିଥିଲେ, ଯେଉଁଥିରେ ସେ ୩୪.୮ ହାରାହାରିରେ ୨୬୧ ୱିକେଟ୍ ନେଇଥିଲେ, ଯେଉଁଥିରେ ଗୋଟିଏ ଇନିଂସରେ ୫ ୱିକେଟ୍ ନେବାର ୧୫ଟି ଉଦାହରଣ ରହିଛି। ତେବେ ତାଙ୍କ କ୍ୟାରିୟରକୁ ନେଇ ବିବାଦ ଲାଗି ରହିଛି, ବିଶେଷ କରି ଯେତେବେଳେ ସେ ନିଜ କିଛି ସାଥୀଙ୍କ ବିରୋଧରେ ଧର୍ମ ଆଧାରିତ ଭେଦଭାବର ଅଭିଯୋଗ ଆଣିଥିଲେ।
ଏହା ପୂର୍ବରୁ ଆପଣ ଜାଣିଥିବେ ଯେ ୨୦୧୨ରେ ଏସେକ୍ସରେ ତାଙ୍କ କାର୍ଯ୍ୟକାଳ ସମୟରେ ତାଙ୍କୁ ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ ତାଙ୍କୁ ଆଜୀବନ ନିଷିଦ୍ଧ କରିଥିଲା, ଯାହା ପରେ ତାଙ୍କ କ୍ରିକେଟ୍ କ୍ୟାରିୟର ସମ୍ପୂର୍ଣ୍ଣ ଶେଷ ହୋଇଯାଇଥିଲା। ଏହାପରେ କନେରିଆ ପାକିସ୍ତାନ ବିରୋଧରେ ଭେଦଭାବ ଅଭିଯୋଗ ଆଣିଥିଲେ। କିନ୍ତୁ କ’ଣ ଆପଣ ଜାଣନ୍ତି କି ଦାନିଶ ଏକମାତ୍ର ହିନ୍ଦୁ ଖେଳାଳି ନୁହଁନ୍ତି ଯିଏ କି ପାକିସ୍ତାନ ପାଇଁ କ୍ରିକେଟ ଖେଳିଛନ୍ତି। ଆସନ୍ତୁ ଜାଣିବା ସେହି ଦ୍ୱିତୀୟ ହିନ୍ଦୁ ଖେଳାଳି କିଏ। ଏହି ଖେଳାଳିଙ୍କ ନାମ ଅନୀଲ ଦଳପତ, ଯିଏକି ୨୦ ସେପ୍ଟେମ୍ବର ୧୯୬୩ରେ ଜନ୍ମଗ୍ରହଣ କରିଥିଲେ । ଅନିଲ ଦଳପତ ଜଣେ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଥିଲେ। କିନ୍ତୁ କ’ଣ ଆପଣ ଜାଣନ୍ତି କି ଦାନିଶ ଏକମାତ୍ର ହିନ୍ଦୁ ଖେଳାଳି ନୁହଁନ୍ତି ଯିଏ କି ପାକିସ୍ତାନ ପାଇଁ କ୍ରିକେଟ ୍ ଖେଳିଛନ୍ତି। ଆସନ୍ତୁ ଜାଣିବା ସେହି ଦ୍ୱିତୀୟ ହିନ୍ଦୁ ଖେଳାଳି କିଏ। ଏହି ଖେଳାଳିଙ୍କ ନାମ ଅନୀଲ ଦଳପତ, ଯିଏକି ୨୦ ସେପ୍ଟେମ୍ବର ୧୯୬୩ରେ ଜନ୍ମଗ୍ରହଣ କରିଥିଲେ । ଅନିଲ ଦଳପତ ଜଣେ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ଥିଲେ।
Comments are closed.