ଭୋକରେ ହାହାକାର ହେଉଛି ଶ୍ରୀଲଙ୍କା, ବଜାରରୁ ଉଭାନ ହେଲାଣି ଖାଦ୍ୟ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ଔଷଧ
ଶ୍ରୀଲଙ୍କାରେ ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି । ସରକାରଙ୍କ ବିରୋଧରେ ନାରାବାଜି ଜାହିର କରିବାକୁ ଲୋକମାନେ ରାସ୍ତାକୁ ଓହ୍ଲାଇଛନ୍ତି । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ବାସ୍ତବରେ ଦେଶର ଅର୍ଥନୈତିକ ଅବସ୍ଥା ଯୋଗୁଁ ଏହି ଭୟଙ୍କର ସଙ୍କଟ ଦେଖାଦେଇଛି । ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଏତେ ନିରାଶା ଅଛି ଯେ, କିଛି ଲୋକ ତାମିଲନାଡୁକୁ ପଳାଉଛନ୍ତି ତ ଆଉ କିଛି ଏହି ସଙ୍କଟ ସହ ଜୁଝି ହେଉଛନ୍ତି । ଏହା ଏତେ ପରିମାଣରେ ଅସମ୍ଭାଳ ହୋଇଛି ଯେ ଲୋକମାନେ ସେମାନଙ୍କର ଆବଶ୍ୟକୀୟ ଔଷଧ ମଧ୍ୟ ପାଉନାହାଁନ୍ତି ।
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଜଣେ ୩୧ ବର୍ଷିୟ ସ୍କୁଲ ଶିକ୍ଷକ ବାଣି ସୁସାଇ କହିଛନ୍ତି ଯେ, ଅର୍ଥିକ ସଙ୍କଟର ଲକ୍ଷଣ ଦେଖାଯିବା ଆରମ୍ଭ ଜାନୁଆରୀ ଶେଷ ସପ୍ତାହରେ ହୋଇଥିଲା । ‘ସେହି ରବିବାର ସକାଳେ ମୋ ଘରର ଗ୍ୟାସ ସରିଗଲା । ସିଲିଣ୍ଡର ବିଷୟରେ ପଚାରିବା ପାଇଁ ମୁଁ ଏଜେନ୍ସିକୁ ଡାକିଲି ଏବଂ ସେମାନେ ମୋତେ କହିଲେ କି, ସେମାନେ ଏହାକୁ ଅନେକ ଦିନ ପର୍ଯ୍ୟନ୍ତ ବିତରଣ କରିପାରିବେ ନାହିଁ । ମୁଁ ସିଲିଣ୍ଡର ସନ୍ଧାନରେ ଦୋକାନକୁ ଗଲି । ଶେଷରେ ତିନି ଘଣ୍ଟା ପରେ ଏକ ସିଲିଣ୍ଡର ମିଳିଲା ।
ସେ କହିଛନ୍ତି ଯେ ଦୁଇମାସ ପରେ ରନ୍ଧନ ଗ୍ୟାସର ଯୋଗାଣ ସପ୍ତାହରେ ଥରେ ବନ୍ଦ ହୋଇଯାଏ ଏବଂ ସମସ୍ତେ ରବିବାର ଦିନ ଧାଡିରେ ଛିଡାହୋଇ ଆଣିଥାନ୍ତି । ଏହି ଧାଡି ସକାଳ ୪ ଟାରୁ ଆରମ୍ଭ ହୋଇଥାଏ । ସେ କହିଛନ୍ତି ଯେ ଏକ ହଜାରରୁ ଅଧିକ ଲୋକ ଏକାସାଥିରେ ଲାଇନରେ ଛିଡା ହୋଇଥିବା ବେଳେ ସେମାନେ ୩ ଶହ ଟୋକେନ୍ ଦିଅନ୍ତି । ସୁସାଇଙ୍କ ସ୍ୱାମୀ ଗଲ୍ଫ ଦେଶରେ କାମ କରନ୍ତି । ସେ କୁହନ୍ତି, “ଯଦି ସୁଯୋଗ ମିଳେ, ତେବେ ସେ ଏଠାରୁ ଚାଲିଯିବେ।”
ସୁସାଇ କହିଛନ୍ତି ଯେ ମୋ ପରିବାର ତିନିଜଣଙ୍କୁ ନେଇ ଗଠିତ । ପରିବାରରେ ତାଙ୍କ ମା, ପିଲା ଏବଂ ସେ ନିଜେ ଅଛନ୍ତି ଏବଂ ଆବଶ୍ୟକ ଖର୍ଚ୍ଚ ହେଉଛି ମାସକୁ ୩୦ ହଜାର ଶ୍ରୀଲଙ୍କା ଟଙ୍କା । ସେ କହିଛନ୍ତି, ‘କିନ୍ତୁ ଏହି ମାସରେ ମୁଁ ୮୩ ହଜାର ଟଙ୍କା ଖର୍ଚ୍ଚ କରିସାରିଛି । ଏଠାରେ ଦୁଗ୍ଧ ପାଉଡରର ଅଭାବ ଦେଖାଦେଇଛି । ଚାଉଳ ଏବଂ ଡାଲି ପାଇଁ ସଂଘର୍ଷ ହେଉଛି । ୭ ଘଣ୍ଟା ପାଇଁ ବିଦ୍ୟୁତ୍ କାଟ ହେଉଛି, ଆଉ ଏପରି ସ୍ଥଳେ ମହମବତୀ ନାହିଁ । ୧୨ ଟି ଟାବଲେଟ୍ ପାରାସିଟାମୋଲ୍ ଷ୍ଟ୍ରିପ୍ ର ମୂଲ୍ୟ ୪୨୦ ଟଙ୍କା ଏବଂ ବଜାରରୁ ଅନେକ ଔଷଧ ଏବେ ଉଭାନ ହୋଇଯାଇଛି ।
Comments are closed.