ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି କହିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

Share It

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ଏବଂ ମୁମ୍ବାଇ ପୋଲିସ ଏହାକୁ ସମ୍ଭାଳିବାରେ ସକ୍ଷମ ଅଟେ । ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଶୁକ୍ରବାର ଦିନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସୁଶାନ୍ତ ସିଂହ ରାଜପୁତଙ୍କ ହତ୍ୟା ମାମଲାରେ ସିବିଆଇ ତଦନ୍ତର ଆଦେଶ ଦେବା ପାଇଁ ଅନୁରୋଧ କରିଥିଲେ କାରଣ ସୁଶାନ୍ତଙ୍କ ଆତ୍ମହତ୍ୟାର କାରଣ ସଂପର୍କରେ ଯେପରି ଜଣା ପଡିପାରିବ । ରାଜପୁତ ଗତ ୧୪ ଜୁନ ବାନ୍ଦ୍ରାସ୍ଥିତ ନିଜ ବାସ ଭବନରେ ଆତ୍ମହତ୍ୟା କରିଥିବାର ଖବର ସାମନାକୁ ଆସିଥିଲା ।

ପ୍ରକାଶ ଥାଉକି, ସାର୍ବଜନୀକ ସ୍ତରରେ ରିୟା ଟ୍ୱିଟରେ ନିଜକୁ ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଟ ଋପେ ସମ୍ବୋଧିତ କରିବା ସହ କେନ୍ଦ୍ର ମନ୍ତ୍ରୀଙ୍କୁ ଅନୁରୋଧ କରି ଲେଖିଥିଲେ ଯେ, “ସମ୍ମାନିତ ଅମିତ ଶାହା ସାର୍, ମୁଁ ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି। ମୋର ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ତଥାପି ମୁଁ ନ୍ୟାୟ ଖୋଜୁଛି। ହାତ ଯୋଡ଼ି କରି, ମୁଁ ଆପଣଙ୍କୁ ଏହି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରିବାକୁ ଅନୁରୋଧ କରୁଛି। ”
ସେ ଆହୁରୀ ଲେଖିଛନ୍ତି ଯେ, “ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ମାମଲାରେ ସିବିଆଇ ତଦନ୍ତ ଆରମ୍ଭ କରନ୍ତୁ। ମୁଁ କେବଳ ବୁଝିବାକୁ ଚାହୁଁଛି ଯେ ସୁଶାନ୍ତଙ୍କୁ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ କରିଥିବା ଚାପ କ’ଣ? ନିବେଗକ ରୀୟା ଚକ୍ରବର୍ତ୍ତୀ। ସତ୍ୟମେଭା ଜୟତେ ଅମିତ ଶାହା ସାର୍। ”
ସୁଶାନ୍ତଙ୍କ ମୃତ୍ୟୁ ମାମଲା ତଦନ୍ତ ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ୧୮ ଜୁନରେ ବାନ୍ଦ୍ରା ଥାନାରେ ପଚରାଉଚରା ପାଇଁ ଡକାଯାଇ ପାରେ ।


Share It

Comments are closed.