ସାହାରାରେ କୌଣସି ଛଟେଇ ହୋଇନି, ୪,୧୦,୬୮୨ ଜଣଙ୍କୁ ପଦୋନ୍ନତି ମିଳିଛି


ଭୁବନେଶ୍ୱର: ଲକଡାଉନ ପ୍ରଭାବରେ ସାହରା ଇଣ୍ଡିଆ ପରିବାରର ଅର୍ଥନୈତିକ କାର୍ଯ୍ୟକଳାପ ଗୁରୁତର ଭାବେ ପ୍ରଭାବିତ ହୋଇଛି ଏବଂ ଏହା ଅଭାବନୀୟ ସ୍ଥିତି ସାମ୍ନା କରୁଛି । ସାହାରା ଇଣ୍ଡିଆ ପରିବାର ହେଉଛି ବିଶ୍ୱର ସର୍ବବୃହତ ପରିବାର ଯାହାର ବିଭିନ୍ନ ବ୍ୟବସାୟ ସହିତ ୧୪ ଲକ୍ଷ କର୍ମଚାରୀ ଜଡ଼ିତ ଅଛନ୍ତି ଏବଂ ସେମାନେ ପୂର୍ଣ୍ଣ ସୁରକ୍ଷାର ସହିତ ଜୀବନଜୀବିକା ହାସଲ କରୁଛନ୍ତି । ସାହାରା ଇଣ୍ଡିଆ ପରିବାର ସବୁବେଳେ ଏହାର କର୍ମଚାରୀଙ୍କୁ ବୃହତ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ବିଚାର କରିଛି ଏବଂ ସେମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେଉଛି । କରୋନା ସଙ୍କଟ ପାଇଁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ସତ୍ୱେ କୌଣସି ଗ୍ରାହକଙ୍କୁ ଛଟେଇ ନକରିବାକୁ କଂପାନି ନିଷ୍ପତି ନେଇଛିୟ ସବୁ କର୍ମଚାରୀ ସଂପୂର୍ଣ୍ଣ ସୁରକ୍ଷା ସହିତ କାର୍ଯ୍ୟ ଜାରି ରଖିବେ ।
ସାହାରା ଇଣ୍ଡିଆ ପରିବାର ପକ୍ଷରୁ ଉତ୍ପାଦକତା ଭିତିରେ ଏହାର ୪,୦୫,୮୭୪ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଗୋଟିଏ କ୍ୟାଡର ପଦୋନ୍ନତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୪୮୦୮ କାର୍ଯ୍ୟାଳୟ କର୍ମଚରୀଙ୍କୁ ବେତନ ବୃଦ୍ଧି ସହ ପଦୋନ୍ନତି ଦିଆଯାଇଛି । କରୋନା ସଙ୍କଟ ପ୍ରଭାବରେ ଯେଉଁମାନେ ନିଜ ରାଜ୍ୟକୁ ଫେରିଆସିଛନ୍ତି ସେମାନଙ୍କୁ ନିଯୁକ୍ତି ଦେବା ବିଷୟରେ ମଧ୍ୟ ସାହାରା ବିଚାର କରୁଛି । ପ୍ରବାସୀମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ଗ୍ରୁପର ବିଭିନ୍ନ ବ୍ୟବସାୟରେ ସ୍ଥାନୀୟ ସ୍ତରରେ ନିଯୁକ୍ତି ଦିଆଯିବ ।


Share It

Comments are closed.