ଓଡିଶାକୁ ପ୍ରଶଂସାରେ ପୋତିଲେ ନୀତି ଆୟୋଗ ଉପାଧ୍ୟକ୍ଷ, କହିଲେ ରାଜ୍ୟରେ ବଢୁଛି ମୁଣ୍ଡ ପିଛା ଆୟ
ଓଡ଼ିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ନୀତି ଆୟୋଗ ଉପାଧ୍ୟକ୍ଷଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ତେବେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାର ମୁଣ୍ଡ ପିଛା ଆୟ ବଢୁଛି। ୨୦୧୧ ରୁ ୨୦୨୦ ମଧ୍ୟରେ ଓଡ଼ିଶାର ମୁଣ୍ଡ ପିଛା ଆୟ ଅଧିକ ବେଗରେ ବଢୁଛି।
ଏହି ବୈଠକରେ ଖଣିଜ ରାଶି ବଢାଇବା ପ୍ରସଙ୍ଗରେ ରାଜ୍ୟର ଦାବି ସମ୍ପର୍କିତ ଆଲୋଚନା ହେବ । ଏହା ସହ ପର୍ଯ୍ୟଟନ, କୃଷି ସମ୍ପର୍କିତ ସାମସ୍ୟା ଓ ବିକାଶ ଦିଗରେ ଆଲୋଚନା ହେବ । ରାଜ୍ୟଗୁଡିକର ସମସ୍ୟା କଣ ଅଛି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଦେଶରେ ରାଜ୍ୟଗୁଡିକର ସ୍ବାର୍ଥ ସମ୍ବଳିତ ସମସ୍ୟାର ସମାଧାନ ସହ ବିକାଶର ବ୍ଲୁପ୍ରିଣ୍ଟ ନେଇ ଆଲୋଚନା ହୁଏ। ମହତ ଉଦ୍ୟଶ୍ୟ ନେଇ ନୀତି ଆୟୋଗ କାର୍ଯ୍ୟ କରୁଛି ବୋଲି ରାଜୀବ କୁମାର କହିଛନ୍ତି।
ସୂଚନାନୁଯାୟୀ, ବୁଧବାର ଦିନ ୧୧ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହେବ । ବୈଠକରେ ମୁଖ୍ୟମନ୍ତ୍ରୀ ଓ ନୀତି ଆୟୋଗ ଉପାଧ୍ୟକ୍ଷ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଉଦ୍ବୋଧନ ରଖିବେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ତଥ୍ୟ ଉପସ୍ଥାପନ କରିବେ । ପରେ ନୀତି ଆୟୋଗ ପକ୍ଷରୁ କେତେକ ରିପୋର୍ଟ ରଖାଯିବ ।
Comments are closed.