ନିତି ଆୟୋଗ ଏବଂ ଭାରତୀ ଫାଉଣ୍ଡେସନ ପକ୍ଷରୁ ‘କନ୍ଭୋକ ୨୦୨୧-୨୨’ର ଶୁଭାରମ୍ଭ
ଭୁବନେଶ୍ୱର: ଭାରତୀ ଏଂଟରପ୍ରାଇଜେସର ଜନହିତକାରୀ ସଂସ୍ଥା, ଭାରତୀ ଫାଉଣ୍ଡେସନ ସହଭାଗିତାରେ ନିତି ଆୟୋଗ ପକ୍ଷରୁ କନଭୋକ ୨୦୨୧-୨୨ ର ଶୁଭାରମ୍ଭ କରାଯାଇଛି । କନଭୋକ ହେଉଛି ଏକ ଜାତୀୟ ଗବେଷଣା ସମ୍ମିଳନୀ ଯାହାର ଲକ୍ଷ୍ୟ ହେଉଛି ଶିକ୍ଷା ପ୍ରଦାନରେ ଥିବା ଆହ୍ୱାନଗୁଡ଼ିକର ମୁକାବିଲା କରିବା ଏବଂ ସାରା ଭାରତରେ ଥିବା ସମସ୍ତ ଶିକ୍ଷକ, ଶିକ୍ଷାବିତ୍ ଏବଂ ବିଦ୍ୟାଳୟର ମୁଖ୍ୟମାନଙ୍କ ଉପରେ ଧ୍ୟାନ ଦେବା ସହିତ ଏହାର ଗୁଣବତାକୁ ଦୃଢ଼ କରିବା । ଏହି ପ୍ଲାଟଫର୍ମ ମାଧ୍ୟମରେ ବିଦ୍ୟାଳୟ ଶିକ୍ଷକ / ମୁଖ୍ୟ / ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଭାରତୀ ଫାଉଣ୍ଡେସନ ନେଟୱର୍କର ଶିକ୍ଷକମାନେ ବୈଜ୍ଞାନିକ ଆଭିମୁଖ୍ୟ ମାଧ୍ୟମରେ ଗବେଷଣା ଆଧାରିତ ସମାଧାନର ବ୍ୟବହାର କରିବାକୁ ପ୍ରୋତ୍ସାହିତ ହେବେ ଏବଂ ଶିକ୍ଷଣ ଫଳାଫଳରେ ଉନ୍ନତି ଆଣିବାକୁ ନିଆଯାଇଥିବା ସେମାନଙ୍କ ପ୍ରୟାସକୁ ପ୍ରଦର୍ଶିତ କରିବେ । କନଭୋକ ମାଧ୍ୟମରେ ବର୍ତମାନ ସେମାନେ ସେମାନଙ୍କର ସୂକ୍ଷ୍ମ ଅନୁସନ୍ଧାନ କାଗଜପତ୍ର ସେୟାର କରିପାରିବେ । ଏହି ଅନୁସନ୍ଧାନ କାଗଜପତ୍ରଗୁଡ଼ିକ ଶିକ୍ଷାବିତମାନଙ୍କର ଏକ ପ୍ୟାନେଲ ଦ୍ୱାରା ବିଶ୍ଲେଷଣ କରାଯିବ । ଏଥିରେ ଶେଷ ଚୟନ ହୋଇଥିବା ଅନୁସନ୍ଧାନ କାଗଜପତ୍ରଗୁଡ଼ିକ ଜାନୁଆରୀ ୨୦୨୨ରେ ହେବାକୁ ଥିବା ‘ଜାତୀୟ ଗବେଷଣା ସମ୍ମିଳନୀ’ ସମୟରେ ଉପସ୍ଥାପନା କରାଯିବ । କନଭୋକ ପାଇଁ ଆବେଦନ ବର୍ତମାନ ଖୋଲା ରହିଛି ଏବଂ ଜାନୁଆରୀ ଶେଷ ପର୍ଯ୍ୟନ୍ତ ଆବେଦନଗୁଡ଼ିକ ଗ୍ରହଣ କରାଯିବ ।
ଏହି କାର୍ଯ୍ୟକ୍ରମରେ ଡା ରାଜୀବ କୁମାର, ଭାଇସ ଚେୟାରମ୍ୟାନ, ନିତି ଆୟୋଗ ଅଧ୍ୟକ୍ଷତା କରିଛନ୍ତି ଏବଂ ଶ୍ରୀ ଅମିତାଭ କାନ୍ତ, ସିଇଓ, ନିତି ଆୟୋଗ, ଡା ପ୍ରେମ ସିଂ, ଉପଦେଷ୍ଟା (ଶିକ୍ଷା), ନିତି ଆୟୋଗ, ଶ୍ରୀ ରାକେଶ ଭାରତୀ ମିତଲ, କୋ-ଚେୟାରମ୍ୟାନ, ଭାରତୀ ଫାଉଣ୍ଡେସନ ଏବଂ ଶ୍ରୀମତି ସୈକିଆ, ସିଇଓ, ଭାରତୀ ଫାଉଣ୍ଡେସନ ଯୋଗ ଦେଇଛନ୍ତି ଏବଂ ଏଥିରେ ଶିକ୍ଷା ମନ୍ତ୍ରଣାଳୟର ପ୍ରତିନିଧି, ଏନଆଇଇପିଏ, ସମସ୍ତ ରାଜ୍ୟ/ କେନ୍ଦ୍ର ଶାସିତ ଅଂଚଳଗୁଡ଼ିକର ଶିକ୍ଷା ବିଭାଗ / ଏସସିଇଆରଟିର ଅଧିକାରୀମାନେ ଭର୍ଚୁଆଲ ଭାବେ ଯୋଗଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ମତ ରଖି ଡା ରାଜୀବ କୁମାର, ଉପାଧ୍ୟକ୍ଷ, ନିତି ଆୟୋଗ କହିଛନ୍ତିଯେ, “ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଆମେ ସର୍ବଭାରତୀୟ ପହଂଚର ନୀକଟତର ହୋଇଥିବାରୁ ଗୁଣବତା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ମୁଁ ଆଶା କରୁଛି ଯେ କନଭୋକ ଏକ ପ୍ଲାଟଫର୍ମ ହେବ ଯାହାକି ସର୍ବଭାରତୀୟ ସ୍ତରର ହେବ ଏବଂ ଏହା ଆନନ୍ଦଦାୟକ ଶିକ୍ଷାଦାନ ଏବଂ ଶିକ୍ଷଣ ମାଧ୍ୟମରେ ଶିକ୍ଷଣ ଫଳାଫଳର ଉନ୍ନତି ଦିଗରେ ଏକ ଆନ୍ଦୋଳନରେ ପରିଣତ ହେବ ।” ଏହି କାର୍ଯ୍ୟକ୍ରମ ଅବସରରେ ଶ୍ରୀ ଅମିତାଭ କାନ୍ତ, ଚିଫ ଏକ୍ସିକ୍ୟୁଟିଭ ଅଫିସର, ନିତି ଆୟୋଗ ଗୁରୁତ୍ୱାରୋପ କରିଛନ୍ତିଯେ “କନଭୋକ ଶିକ୍ଷା କ୍ଷେତ୍ରରେ ଏକାଡେମିଆ, ନୀତି ପ୍ରସ୍ତୁତକାରୀ ଏବଂ ଅଭ୍ୟାସକାରୀଙ୍କ ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରିବାରେ ଅତ୍ୟନ୍ତ ସହାୟକ ହେବ । ‘ହ୍ୱାଟ ୱର୍କ’ ଉପରେ ଶିକ୍ଷକମାନଙ୍କ ଦ୍ୱାରା ପ୍ରଦତ ଅନୁସନ୍ଧାନଗୁଡ଼ିକ ପଲିସି ପ୍ରସ୍ତୁତକାରୀମାନଙ୍କୁ ପଲିସିଗୁଡ଼ିକୁ ଡିଜାଇନ କରିବାରେ ସାହାଯ୍ୟ କରିବ ଯାହାକି ତୃଣମୂଳ ସ୍ତରର ଆବଶ୍ୟକତା ପ୍ରତି ପ୍ରତିକ୍ରିୟାଶୀଳ ହୋଇଥାଏ । ଏହା ମଧ୍ୟ ଶିକ୍ଷଣ ଫଳାଫଳ ଏବଂ ସମ୍ଭାବ୍ୟ ଅନୁସନ୍ଧାନ କ୍ଷେତ୍ରରେ ଉନ୍ନତି ସହିତ ଜଡ଼ିତ ଆହ୍ୱାନଗୁଡ଼ିକ ବିଷୟରେ ଏକାଡେମିଆ କୁ ସୂଚନା ଦେବ ଯେଉଁଠାରେ ତୃଣମୂଳ ସ୍ତରର ଶିକ୍ଷକମାନେ ସହ-ଅନୁସନ୍ଧାନକାରୀ ମଧ୍ୟ ହୋଇପାରନ୍ତି ।”
ଶିକ୍ଷଣ ଫଳାଫଳକୁ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଡା ପ୍ରେମ ସିଂ, ଉପଦେଷ୍ଟା (ଶିକ୍ଷା), ନୀତି ଆୟୋଗ କହିଛନ୍ତି ଯେ, “କନଭୋକ ଶିକ୍ଷାଦାନ ପ୍ରତି ମହାନ ଆଭିମୂଖ୍ୟକୁ ଚିହ୍ନଟ ଉପରେ ଜାତୀୟ ଶିକ୍ଷା ନୀତି ୨୦୨୧ର ପରାମର୍ଶକୁ ପ୍ରୋତ୍ସାହିତ କରିବ,ଯାହାକି ସେମାନଙ୍କ ଶ୍ରେଣୀଗୃହରେ ଶିକ୍ଷଣ ଫଳାଫଳକୁ ଉନ୍ନତ କରିବ । ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଶିକ୍ଷଣ ଫଳାଫଳକୁ ଉନ୍ନତ କରିବା ପାଇଁ ଗବେଷଣା ଆଧାରିତ ଶିକ୍ଷାଦାନ ବ୍ୟବହାର କରିବାର ପରମ୍ପରା ସୃଷ୍ଟି କରିବାରେ ସାହାଯ୍ୟ କରିବ ।” ଏହି ଅବସରରେ ସମାବେଶକୁ ସମ୍ବୋଧିତ କରି ଶ୍ରୀ ରାକେଶ ଭାରତୀ ମିତଲ, କୋ-ଚେୟାରମ୍ୟାନ, ଭାରତୀ ଏୟାରଟେଲ ଫାଉଣ୍ଡେସନ କହିଛନ୍ତିଯେ, “ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏନଇପି ୨୦୨୦ ଜାତୀୟ ସ୍ତରରେ ଶୁଭାରମ୍ଭ ହୋଇଥିବାବେଳେ କନଭୋକ ୨୦୨୧ ପାଇଁ ନିତି ଆୟୋଗ ସହିତ ହାତ ମିଳାଇ ଆମେ ଗର୍ବିତ । ଏକତ୍ର ଆମେ ଶିକ୍ଷାବିତମାନଙ୍କୁ ସାରା ଦେଶରେ ସେମାନଙ୍କ ଜ୍ଞାନର ପ୍ରସାର କରିବା ପାଇଁ ଏକ ପ୍ଲାଟଫର୍ମ ଯୋଗାଇଦେବୁ ଯାହାଦ୍ୱାରା ଏନଇପି ୨୦୨୦ରେ ଧାର୍ଯ୍ୟ ଲକ୍ଷ୍ୟକୁ ଶ୍ରୀଘ୍ର ଏବଂ ସ୍ଥିରତାର ସହିତ ହୃଦୟଙ୍ଗମ କରାଯାଇପାରିବ ।”
ଶ୍ରୀମତି ମମତା ସୈକିଆ, ଚିଫ ଏକ୍ସିକ୍ୟୁଟିଭ ଅଫିସର, ଭାରତୀ ଫାଉଣ୍ଡେସନ କହିଛନ୍ତିଯେ, ଶିକ୍ଷକଙ୍କ ପାରସ୍ପରିକ ସମ୍ପର୍କକୁ ପ୍ରୋତ୍ସାହିତ କରିବାକୁ କନ୍ଭୋକ କିଭଳି ଏକ ଛୋଟ ସ୍ତରର ଆଲୋଚନା ଫୋରମରୁ ବର୍ତମାନ ଏକ ଜାତୀୟ ପ୍ରତିଷ୍ଠାର ଏକ ଅନନ୍ୟ ପ୍ଲାଟଫର୍ମରେ ପରିଣତ ହୋଇଛି, ଯାହାକି ଶିକ୍ଷମାନଙ୍କର କ୍ଷୁଦ୍ର ଅନୁସନ୍ଧାନଗୁଡ଼ିକୁ ପ୍ରୋତ୍ସାହିତ କରିବ ଏବଂ ଯାହାକି ଆଗକୁ ଦେଶରେ ନୀତି ପ୍ରସ୍ତୁତିରେ ଉପଯୋଗ ହେବ ।
Comments are closed.