କୋର୍ଟରେ ସରେଣ୍ଡର କଲେ ନିଶା ମହାରଣା

Share It

ବଲାଙ୍ଗିର,୧୦/୦୨: ବଲାଙ୍ଗିର SDJM କୋର୍ଟରେ ହାଜର ହେଲେ ଆଇଟମ ଗାର୍ଲ ନିଶା ମହାରଣା ।  ଅଶ୍ଳୀଳ ନୃତ୍ୟ ମାମଲାରେ କୋର୍ଟରେ ସରେଣ୍ଡର କଲେ ନିଶା ମହାରଣା ।  ହାଇକୋର୍ଟ ତାଙ୍କୁ ଆଗୁଆ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିଲେ । ଏଥିସହ ବଲାଙ୍ଗୀର କୋର୍ଟରେ ହାଜର ନେଇ ନିର୍ଦ୍ଦେଶ ଦେଇଥିଲେ ।  ବଲାଙ୍ଗୀର ଚନ୍ଦନଭାଟି ଗାଁରେ ଜାନୁଆରୀ ୧୨ରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନେଇ ଅଭିଯୋଗ ହୋଇଥିଲା ।  ଏନେଇ ୧୪ରେ ବଲାଙ୍ଗିର ସଦର ଥାନା ପୋଲିସ ମାମଲା ରୁଜୁ ହୋଇଥିଲା । ୧୫ରେ ଯାତ୍ରା ଆୟୋଜକ କମିଟି ସଭାପତି ଓ ସମ୍ପାଦକକୁ ପୋଲିସ କୋର୍ଟଚାଲାଣ କରିଥିଲା ସଦର ପୋଲିସ ।


Share It

Comments are closed.