କ୍ୟାଣ୍ଡେଲ ଲିଭାଇବା ବେଳେ ଅଭିନେତ୍ରୀଙ୍କ କେଶରେ ଲାଗିଲା ନିଆଁ, ଭିଡିଓ ଭାଇରାଲ
ହଲିଉଡର ଟିଭି ଅଭିନେତ୍ରୀ ନିକୋଲ ରିଚି ନିକଟରେ ନିଜ ୪୦ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ଅଭିନେତ୍ରୀ ଯେତେବେଳେ ନିଡ ବର୍ଥଡେ କେକ୍ କାଟୁଥିଲେ ସେହି ସମୟରେ ଏକ ଅଘଟଣ ଘଟିଯାଇଛି ଏବଂ ଅଭିନେତ୍ରୀଙ୍କ କେଶରେ ନିଆଁ ଲାଗିଗଲା । ନିକୋଲ ବର୍ଥଡେ ପାର୍ଟିରେ କେକରେ ଲାଗିଥିଲା କ୍ୟାଣ୍ଡେଲ ଲିଭାଉଥିଲେ । ଏହି ସମୟରେ ତାଙ୍କ ଖୋଲା କେଶରେ ନିଆଁ ଲାଗିଗଲା । ଏହା ପରେ ଅଭିନେତ୍ରୀ ଚିଲ୍ଲାଇଲେ ଏବଂ ନିଆଁ ଲିଭାଇବାକୁ ଚେଷ୍ଟା କଲେ । ପରେ ସେଠାରେ ଥିବା ଲୋକମାନେ ତାଙ୍କୁ ଏଥିରେ ସାହାଯ୍ୟ କଲେ ଏବଂ ହେବାକୁ ଥିବା ଏକ ବଡ ଅଘଟଣ ଟଳିଗଲା । ନିଜ ସହିତ ଘଟିଥିବା ଏହି ଅଘଟଣର ଭିଡିଓକୁ ନିକୋଲ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଏହା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ ୪୦ତମ ବର୍ଷ ନିଆଁ ଲଗାଇଦେଲା । ତାଙ୍କ ବନ୍ଧୁମାନେ ମଧ୍ୟ ତାଙ୍କର ଏହି ପୋଷ୍ଟରେ କମେଣ୍ଟ କରିଛନ୍ତି । କେହି ତାଙ୍କର ଏହି ପୋଷ୍ଟରେ ମଜାଳିଆ ଇମୋଜି ଦେଉଛି ତ ଆଉ କିଏ ଫାୟାର ଇମୋଜି ଦେଇ ମଜା ନେଉଛି । ସୋସିଆଲ ମିଡିଆରେ ନିକୋଲଙ୍କ ଭିଡିଓ ଖୁବ୍ ଭାଇରାଲ ହେଉଛି ।
ୱର୍କ ଫ୍ରଣ୍ଟ କଥା କହିବା ତ ନିକୋଲ ରିଚି ଇଭ, ରକ୍ ମି ବେବି, ଆମେରିକାନ୍ ଡ୍ରିମ୍ସ, ୮ ସିମ୍ପଲ ରୁଲ୍ସ, ପ୍ରୋଜେକ୍ଟ ରନୱେ ଆଦି ଫିଲ୍ମରେ କାମ କରିଛନ୍ତି । ଏହା ବ୍ୟତୀତ ସେ କିଛି ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି ।
Comments are closed.