ଜୀବନ-ମରଣ ସହ ସଂଗ୍ରାମ କରୁଛନ୍ତି ନ୍ୟୁଜିଲାଣ୍ଡର ଏହି ପୂର୍ବତ୍ତନ କ୍ରିକେଟର, ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ
ପୂର୍ବତନ ନ୍ୟୁଜିଲାଣ୍ଡର ଅଲରାଉଣ୍ଡର କ୍ରିସ କ୍ରେନ୍ସଙ୍କ ଅବସ୍ଥା ଗୁରୁତର । ତାଙ୍କୁ ଅଷ୍ଟ୍ରେଲିଆର ଏକ ଡାକ୍ତରଖାନାରେ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୫୧ ବର୍ଷିୟ କ୍ରେନ୍ସର ମୁଖ୍ୟ ଧମନୀର ଭିତର ଭେନ୍ କଟିଯାଇଛି । ଏହା ପରେ ତାଙ୍କୁ ଗତ ସପ୍ତାହରେ କାନବ୍ରାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏଥିପାଇଁ ତାଙ୍କର ଅସ୍ତ୍ରୋପଚାର ମଧ୍ୟ କରିଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ନଆସିବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି ।
ସୂଚନା ଥାଉକି, ତାଙ୍କ ନାଁରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ରହିଥିଲା । ଏହି କାରଣରୁ ତାଙ୍କର ଆର୍ଥିକ ଅବସ୍ଥା ବିଗିଡି ଯାଇଥିଲା । ଏମିତିକି ତାକୁ ବସ୍ ସଫା କରିବାକୁ ବି ପଡିଥିଲା । କେର୍ନ୍ସ ବର୍ତ୍ତମାନ କାନବ୍ରାର ଏକ ଡାକ୍ତରଖାନାରେ ଅଛନ୍ତି । କିନ୍ତୁ ତାଙ୍କୁ ଶୀଘ୍ର ସିଡନୀକୁ ସ୍ଥାନାନ୍ତର କରାଯିବ । ଏହି ଅଲରାଉଣ୍ଡର ଇଂଲଣ୍ଡ ପାଇଁ ୬୨ ଟି ଟେଷ୍ଟ ଏବଂ ୨୧୫ ଟି ODI ଖେଳିଛନ୍ତି । ୨୦୦୦ରେ ୱିସଡେନଙ୍କ ଦ୍ୱାରା ପ୍ଲେୟାର ଅଫ୍ ଦି ଇୟର ଭାବରେ ମନୋନୀତ ହୋଇଥିଲେ । ସେ ଦୁନିଆର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରେ ଗଣିତ ହୋଇଥିଲେ ।
Comments are closed.