ବଡମାଲ ଥାନାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ
ଝାରସୁଗଡ଼ା:ଝାରସୁଗୁଡ଼ା ଜିଲ୍ଲା ବଡମାଲ ଥାନାରେ ଦିଲୀପ ବେହେରା ନୂତନ ଥାନାଧିକାରୀ ଭାବେ ଯୋଗ ଦେଇଛନ୍ତି।ସେ ପୂର୍ବରୁ ଲାଇକରା ଥାନାରେ ଆଇ ଆଇ ସି ଭାବେ ଅବସ୍ଥାପିତ ଥିଲେ।ବଡମାଲ ଥାନାଧିକାରୀ ରାଜେନ୍ଦ୍ର ଶିଆଳ ଡିଏସପି ପଦୋନ୍ନତି ପାଇ ସୁନ୍ଦରଗଡ ଜିଲ୍ଲାରେ ଯୋଗଦେଇଛନ୍ତି।
ଝାରସୁଗୁଡ଼ାର ବଡମାଲ ଥାନା ଅଞ୍ଚଳ ଶିଳ୍ପ ବହୁଳ ହୋଇଥିବାରୁ ଏଠାରେ ଶ୍ରୀ ବେହେରା ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ବ୍ୟବସ୍ଥାକୁ ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି।
Comments are closed.