ନିସାନ ପକ୍ଷରୁ ୯୯,୦୦୦ରୁ ଉର୍ଦ୍ଧ୍ୱ ୟୁନିଟର ସର୍ବାଧିକ ବାର୍ଷିକ ବିକ୍ରି ରେକର୍ଡ

Share It

ଭୁବନେଶ୍ୱର : ନିସାନ ମୋଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଏନଏମଆଇପିଏଲ) ଭାରତରେ ନିରନ୍ତର ଓ ସ୍ଥାୟୀ ଅଭିବୃଦ୍ଧି ବଜାୟ ରଖିବା ସହ ୨୦୨୪-୨୫ରେ ସର୍ବାଧିକ ବିକ୍ରି ରେକର୍ଡ ହାସଲ କରିଛି । ନିସାନ ୨୦୨୪-୨୫ ଆର୍ଥିକ ବର୍ଷରେ ୯୯,୦୦୦ରୁ ଅଧିକ ୟୁନିଟର ମୋଟ ବିକ୍ରି (ରପ୍ତାନୀ+ଘରୋଇ) ହାସଲ କରିଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷ ପରଠାରୁ ଗତ ୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସର୍ବୋଚ୍ଚ ସମନ୍ୱିତ ବିକ୍ରି ରେକର୍ଡ କରିଛି । ଘରୋଇ ଓ ରପ୍ତାନୀ ବଜାରରେ ନୂଆ ନିସାନ ମାଗ୍ନାଇଟ ବି-ଏସୟୁଭିର ଚମତ୍କାର ପ୍ରଦର୍ଶନ ଯୋଗୁଁ ୨୦୨୪-୨୫ରେ କମ୍ପାନୀର ବାର୍ଷିକ ବିକ୍ରି ୩୫% ବୃଦ୍ଧି ହୋଇଛି । ନିକଟରେ ନିସାନ ପକ୍ଷରୁ ୨୦୨୫ ଆର୍ଥିକ ବର୍ଷରେ ଦୁଇଟି ନୂଆ ମଡେଲ ଅଲ୍‌-ନ୍ୟୁ ୭-ସିଟର ବି-ଏମ୍‌ପିଭି ଓ ୨୦୨୬ ଆର୍ଥିକ ବର୍ଷରେ ଗୋଟିଏ ୫-ସିଟର୍‌ର ଶୁଭାରମ୍ଭ କରାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା । ସେହିପରି ରପ୍ତାନୀ କ୍ଷେତ୍ରରେ କମ୍ପାନୀ ଏହାର ପରିଚାଳନାକୁ ୨୦ଟି ବଜାରରୁ ୬୫ରୁ ଅଧିକ ଆନ୍ତର୍ଜାତୀୟ ବଜାରକୁ ବିସ୍ତାର କରିଛି । ଏହାର ‘ୱାନ କାର୍‌, ୱାନ ୱାର୍ଲ୍ଡ’ ପ୍ଲାନ ଅଧିନରେ ନୂଆ ନିସାନ ମାଗ୍ନାଇଟ ଆର୍‌ଏଚଡି ଓ ଏଲ୍‌ଏଚଡି ଭାରିଆଂଟଗୁଡିକ ଯୋଗୁଁ ନିସାନର ରପ୍ତାନୀ ବ୍ୟବସାୟରେ ଏକ ଐତିହାସିକ ୭୧୦୦୦+ ୟୁନିଟ୍ ବିକ୍ରି ଦେଖିବାକୁ ମିଳିଛି । ଏହି ରପ୍ତାନୀ ସଫଳତା କମ୍ପାନୀର ମୋଟ ବିକ୍ରିକୁ ୯୯,୦୦୦+ ୟୁନିଟରେ ପହଂଚାଇଛି । ସେହିପରି ନିସାନ ମୋଟର ଇଣ୍ଡିଆ ଏପ୍ରିଲ ୨୦୨୫ରୁ ନୂଆ ନିସାନ ମାଗ୍ନାଇଟ୍‌ର ମୂଲ୍ୟକୁ ୩% ଯାଏଁ ବୃଦ୍ଧି କରିବ ବୋଲି ଘୋଷଣା କରିଛି ।

ଏହି ପ୍ରଦର୍ଶନ ସମ୍ପର୍କରେ ନିସାନ ଇଣ୍ଡିଆ ଅପରେଶନ୍ସର ଅଧ୍ୟକ୍ଷ ଏବଂ ଆମିଓ ରିଜିଅନ ବିଜ୍‌ନେସ୍ ଟ୍ରାନ୍ସଫର୍ମେଶନର ବିଭାଗୀୟ ଉପାଧ୍ୟକ୍ଷ ଫ୍ରାଙ୍ଗ ଟୋରେସ କହିଛନ୍ତି, “ଭାରତ ନିସାନ ପାଇଁ ବିକାଶର ଏକ ମଜବୁତ ସ୍ତମ୍ଭ ଭାବେ ବଜାୟ ରହିଛି ଯାହା ନିସାନ ମାଗ୍ନାଇଟର ନିରନ୍ତର ସଫଳତା ଦ୍ୱାରା ପରିଚାଳିତ ହୋଇଛି । ଏହି ଲୋକପ୍ରିୟ ନିସାନ ମାଗ୍ନାଇଟ ବ୍ରାଣ୍ଡକୁ ୨୦୧୭-୧୮ ପରଠାରୁ ୯୯,୦୦୦+ ୟୁନିଟର ଏହାର ସର୍ବୋଚ୍ଚ ଏକକ ବର୍ଷ ବିକ୍ରି ରେକର୍ଡ ହାସଲ କରିବାକୁ ସକ୍ଷମ କରିଛି । ନୂଆ ନିସାନ ମାଗ୍ନାଇଟର ରପ୍ତାନୀକୁ ଚଳିତ ବର୍ଷ ଏଲଏଚଡି ବଜାର ସମେତ ୬୫ରୁ ଅଧିକ ଆନ୍ତର୍ଜାତୀୟ ବଜାରକୁ ବିସ୍ତାର କରାଯାଇଛି । ନିସାନ ଭାରତୀୟ ବଜାର, ଗ୍ରାହକ, ଡିଲର ପାର୍ଟନର, କର୍ମଚାରୀ ଓ ହିତାଧିକାରୀଙ୍କ ପ୍ରତି ପ୍ରତିଶ୍ରୁତିବଦ୍ଧ ରହିଛି । ନିସାନ ଓ ଏହାର ଡିଲର ପାର୍ଟନରମାନେ ବିଦ୍ୟମାନ ଓ ଭବିଷ୍ୟତର ନୂଆ ଗ୍ରାହକଙ୍କୁ ବିକ୍ରି ଓ ସେବା ଯୋଗାଇବା ଜାରି ରଖିବେ । ନିସାନର ଗୋଟିଏ ନୂଆ ବି-ଏମ୍‌ପିଭି ଓ ୨ଟି ନୂଆ ସି-ଏସ୍‌ୟୁଭି ଲଂଚ କରିବା ଯୋଜନା ମଧ୍ୟ ଅକ୍ଷୁର୍ଣ୍ଣ ରହିଛି । ଆମେ ଆମର ୱାନ କାର, ୱାନ ୱାର୍ଲ୍ଡ ପ୍ଲାନ ଅଧିନରେ ବିଶ୍ୱର ଅନ୍ୟ ଭାଗକୁ ଯାନ ରପ୍ତାନୀ କରିବା ପାଇଁ ଆମର ଯୋଜନାକୁ ଜାରି ରଖିଛୁ ।”

ସେହିପରି ନିସାନ ମୋଟର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୌରବ ବତ୍ସ କହିଛନ୍ତି, “୨୦୨୪-୨୫ ଆର୍ଥିକ ବର୍ଷ ଅଟୋ ଶିଳ୍ପ ପାଇଁ ଏକ ଆହ୍ୱାନପୂର୍ଣ୍ଣ ବର୍ଷ ହୋଇଥିବା ସତ୍ୱେ ନୂଆ ମାଗ୍ନାଇଟ ଚମତ୍କାର ପ୍ରଦର୍ଶନ କରିଛି ଏବଂ ପ୍ରମାଣିତ କରିଛି ଯେ, ବି-ଏସ୍‌ୟୁଭି ଗ୍ରାହକଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ବଜାୟ ରହିଛି । ନୂଆ ୭-ସିଟର ବି-ଏମପିଭି ଓ ୫-ସିଟର ସି-ଏସୟୁଭିର ସଦ୍ୟତମ ଘୋଷଣା ସହିତ ଆମେ ଏକ ଉତ୍ସାହଜନକ ଉତ୍ପାଦ ପୋର୍ଟଫୋଲିଓ ପ୍ରଦାନ କରିବା ଏବଂ ଗ୍ରାହକ ଅନୁଭୂତିକୁ ଉନ୍ନତ କରିବା ଲାଗି ଆମର ଡିଲର ନେଟ୍‌ୱର୍କକୁ ବିସ୍ତାର କରିବା ଉପରେ ଗୁରୁତ୍ୱ ଦେଉଛୁ ।”


Share It

Comments are closed.