ଚାଷୀଙ୍କ ଜୀବନମାନ ଉନ୍ନତି ପାଇଁ ସ୍ୱତନ୍ତ୍ର ପଦକ୍ଷେପ
ଭୁବନେଶ୍ୱର : ଏପ୍ସିଲନ କାର୍ବନ୍ ପ୍ରାଇଭେଟ୍ ଲିମିଟେଡ୍ର ସିଏସଆର ଶାଖା ଏପ୍ସିଲନ୍ ଫାଉଣ୍ଡେସନ୍ ଏବଂ ଇଷ୍ଟ-ୱେଷ୍ଟ ସିଡ୍ ନଲେଜ୍ ଟ୍ରାନ୍ସର୍ଫ ଫାଉଣ୍ଡେସନ୍ (ଇଡବ୍ଲୁ-କେଟି) ମିଶି “ସ୍ଥାୟୀ ପନିପରିବାର ଉତ୍ପାଦ ପଦ୍ଧତିକୁ ପ୍ରୋତ୍ସାହନ ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି” ନାମରେ ଏକ ନୂଆ ପ୍ରକଳ୍ପର ଘୋଷଣା କରିଛନ୍ତି । ଏହି ୬ ମାସର ପାଇଲଟ୍ ପଦକ୍ଷେପର ଲକ୍ଷ୍ୟ ହେଉଛି ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ସ୍ଥାୟୀ ଏବଂ ବଜାର-ଚାଳିତ ପନିପରିବା ଉତ୍ପାଦନକୁ ପ୍ରୋତ୍ସାହିତ କରି ଗ୍ରାମୀଣ ଜୀବନ ଜୀବିକାକୁ ଉନ୍ନତ କରିବା । ଝାରସୁଗୁଡ଼ାର କୃଷି ପୃଷ୍ଠଭୂମି ଭଲ ଥିଲେ ମଧ୍ୟ, କୃଷକମାନେ ଅନେକ ଆର୍ôଥକ ଓ ପରିବେଶୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାଗୁଡ଼ିକୁ ହ୍ରାସ କରିବା ପାଇଁ ପ୍ରକଳ୍ପ ମୋଟ ୧,୦୦୦ ଛୋଟ କୃଷକଙ୍କ ସହ କାମ କରିବ । ସେମାନଙ୍କୁ ସାମ୍ନାସାମ୍ନି ପ୍ରଶିକ୍ଷଣ ଓ ଡିଜିଟାଲ୍ ଶିକ୍ଷା ମାଧ୍ୟମରେ ଦକ୍ଷତା ବୃଦ୍ଧି କରାଯିବ, ଯାହା ତାଙ୍କ ଆୟ ଓ ଜୀବନଜୀବିକା ସୁଯୋଗକୁ ଉନ୍ନତ କରିବାରେ ସହାୟକ ହେବ ।
ଏହି କାର୍ଯ୍ୟକ୍ରମଟି ଦୀର୍ଘକାଳୀନ ଜୀବିକା ବିକାଶକୁ ସମର୍ଥନ କରିବା ପାଇଁ ମାଟି ଏବଂ ଉଦ୍ଭିଦ ସ୍ୱାସ୍ଥ୍ୟ, ଜଳବାୟୁ ସ୍ମାର୍ଟ କୌଶଳ, ସମନ୍ୱିତ କୀଟପତଙ୍ଗ ପରିଚାଳନା ଏବଂ କୃଷି ବ୍ୟବସାୟ ଯୋଜନା ପାଇଁ ପ୍ରଭାବଶାଳୀ କୃଷି ପଦ୍ଧତି ଉପରେ ଧ୍ୟାନ ଦେବ । ଏପ୍ସିଲନ୍ ଫାଉଣ୍ଡେସନ୍ର କର୍ମଚାରୀମାନେ ମଧ୍ୟ ସେବାମୂଳକ କାର୍ଯ୍ୟରେ ଯୋଗଦେଇ ଏହି ପ୍ରକଳ୍ପକୁ ଆଉ ଶକ୍ତିଶାଳୀ କରିବେ, ଯାହା ଦ୍ୱାରା ସ୍ଥାନୀୟ ସମୁଦାୟରେ ଅଧିକ ପ୍ରଭାବ ପଡ଼ିବ । ଏପ୍ସିଲନ ଫାଉଣ୍ଡେଶନ୍ ସ୍ଥାନୀୟ ସମୁଦାୟମାନଙ୍କ ଉପରେ ଏହି ସହଯୋଗର ପ୍ରଭାବ ବୃଦ୍ଧି ପାଇଁ କର୍ମଚାରୀ ସ୍ୱେଚ୍ଛାସେବକ କାର୍ଯ୍ୟକଳାପ ମାଧ୍ୟମରେ ମଧ୍ୟ ଅବଦାନ ଜାରି ରଖିବ ।
Comments are closed.