୮୦୦ ଏକର ଜାଗାରେ ତିଆରି ହେବ ନୂଆ ଭୁବନେଶ୍ୱର

Share It

୮୦୦ ଏକର ଜାଗାରେ ନୂଆ ଭୁବନେଶ୍ୱର ପ୍ରତିଷ୍ଠା ହେବ । ଏହା ରାଜଧାନୀ ଉପକଣ୍ଠରେ ଥିବା ମଳିପଡା ଠାରୁ ଆରମ୍ଭ କରି ଦାସପୁର, ଅନ୍ଧାରୁଆ ଏବଂ ଗୋଠପଟଣା ମଧ୍ୟରେ ଥିବା ସ୍ଥାନକୁ ନେଇ ପ୍ରତିଷ୍ଠା ହେବ । ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏ ସଂପର୍କରେ ସୂଚନା ଦେଇଛନ୍ତି । ଏହି ଟାଉନସିପ ପାଇଁ ସିଙ୍ଗାପୁର ସରକାରଙ୍କ ପକ୍ଷରୁ ନୂତନ ଡିଜାଇନ ଏବଂ ଲେଆଉଟ ପ୍ରସ୍ତୁତ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହା ଗୁଜୁରାଟର ଧୋଲେରା ସ୍ମାର୍ଟ ପରି ପ୍ରସ୍ତୁତ କରାଯିବ । ଏହି ଆଗାମୀ ପ୍ରକଳ୍ପରେ ପାର୍କ, ହସ୍ପିଟାଲ, ଆବାସ ଘର ଏବଂ ଶିଳ୍ପାୟନକୁ ଗୁରୁତ୍ୱ ଦିଆଯିବ ।
ସିଙ୍ଗାପୁର ସରକାର ଏଥିପାଇଁ ଡିପିଆର ପ୍ରସ୍ତୁତ କରୁଛନ୍ତି ଏଥିପାଇଁ ଆବଶ୍ୟକୀୟ ପାଣ୍ଠି ଆବଣ୍ଟନ କରା ଯାଇଛି । ଯାହାକି ଦୁଇ ମାସ ମଧ୍ୟରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ । ମନ୍ତ୍ରୀ ଆହୁରୀ କହିଛନ୍ତି ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଡିଏ ତାରା ସୀମାକୁ ସଂପ୍ରସାରଣ କରୁଛି ଏବଂ ନୂଆ ସହର ଗଢିବା ପାଇଁ ପ୍ରସ୍ତୁତି ଚଳାଇଛି । ଟିପି ଯୋଜନା ଅଧିନରେ ଜନ ସାଧାରଣଙ୍କୁ ଅଧିକ ବ୍ୟବହାରଯୋଗୀ ପାଇଁ ଜାଗା , ପାଣି ଯୋଗାଣ ଏବଂ ରାସ୍ତା ନିର୍ମାଣ ପାଇଁ ଅଧିକ ସ୍ଥାନ ପ୍ରଦାନ କରାଯିବ ।
ବିଡିଏର କ୍ଷେତ୍ରାଧିକାର କଟକ ସୀମା ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଉଛି । ଟିପି ସ୍କିମର କାର୍ଯ୍ୟ ଖୁବ ଶୀଘ୍ର ଦ୍ରୁତ ଗତିରେ ଆରମ୍ଭ ହୋଇଗଲାଣି । ଆମ ସରକାର ଏଥିପାଇଁ ବହୁତ ଗୁରୁତ୍ୱ ଦେଉଛି । ଜନସାଧାରଣଙ୍କୁ କିପରି ଅଧିକ ସୁବିଧା ଦିଆଯାଇ ପାରିବ ସେଥିପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି ।


Share It

Comments are closed.