ନେପାଳରେ ରାଜନୈତିକ ସଂକଟ, ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇଲେ ଓଲି
ନେପାଳରେ ଦେଖାଦେଇଛି ରାଜନୈତିକ ଅସ୍ଥିରତା । ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ନେତୃତ୍ୱାଧିନ ସରକାର ସଂସଦରେ (ହାଉସ ଅଫ୍ ରିପ୍ରେଜେନଟିଭ)ରେ ସଂଖ୍ୟା ଗରିଷ୍ଠତା ହରାଇବସିଛି । ସିପିଏନ ଦଳର ସମର୍ଥନରେ ଓଲି ସରକାର ଗଢ଼ିଥିଲେ । ସିପିଏନ୍ ଅଧ୍ୟକ୍ଷ ପୁଷ୍ପକମଲ ଦହଲ (ପ୍ରଚଣ୍ଡା) ଆଜି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ଏ ସଂପର୍କରେ ଦଳ ପକ୍ଷରୁ ପତ୍ର ଲେଖି ସଂସଦର ସେକ୍ରେଟାରୀଙ୍କୁ ଅବଗତ କରାଯାଇଛି । ଓଲି ସରକାରଙ୍କ କିଛି କାର୍ଯ୍ୟରେ ସିପିଏନ ଅସନ୍ତୁଷ୍ଟ ରହିଥିଲା । ଏହାର ପ୍ରତିବାଦ ସ୍ୱରୂପ ଦଳ ସରକାରରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲା ।
Comments are closed.