କ୍ରୁଜ ସିପ ଡ୍ରଗ୍ସ ମାମଲା: ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରିଙ୍କ ବାସଭବନ ,ମୁମ୍ବାଇ କାର୍ଯ୍ୟାଳୟ ଉପରେ ଏନସିବିର ଚଢ଼ାଉ

Share It

କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଜାରି ରଖିଛି ତାର ନିରନ୍ତର କାର୍ଯ୍ୟାନୁଷ୍ଠାନ । ଏବେ ଟାର୍ଗେଟରେ ବାନ୍ଦ୍ରାସ୍ଥିତ ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରି ।

ଖତ୍ରିଙ୍କ ଘର ଓ କାର୍ଯ୍ୟାଳୟରେ ଏନସିବି ଚଢାଉ କରିଛି । ଇମତିଆଜ ଖତ୍ରିଙ୍କ ସମସ୍ୟା ବଢିବା ପରି ମନେହେଉଛି । ତାଙ୍କୁ ଏନସିବି ମୁମ୍ବାଇରେ ପଚରାଉଚରା ପାଇଁ ଆଜି ଡକାଇଛି । ମୁମ୍ବାଇର ଅନେକ ବଡ କଳାକାରଙ୍କ ସହ ଇମତିଆଜଙ୍କର ସଂଯୋଗ ଅଛି । ମୁମ୍ବାଇର ଜଣେ ବଡ ବିଲଡରର ପୁଅ ଇମତିଆଜ ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।

ସୁଶାନ୍ତ ମାମଲାରେ ଆସିଥିଲା ନାମ:
ସୁଶାନ୍ତ ସିଂ ରାଜପୁତ ମାମଲାରେ ଇମତିଆଜଙ୍କ ନାମ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ସ୍ୱର୍ଗତ ଅଭିନେତାଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗ ମଧ୍ୟ ଥିଲା ।

ସପ୍ତାହ ପୂର୍ବରୁ ଚଢାଉ କରାଯାଇଥିଲା:
ଅକ୍ଟୋବର ୨ ତାରିଖ ରାତିରେ ମୁମ୍ବାଇ ଉପକୂଳରୁ ଗୋଆ ବନ୍ଧା ହୋଇଥିବା କ୍ରୁଜ୍ ଉପରେ ଏନସିବି ଆକ୍ରମଣ କରିଥିଲା । ଏହି ସମୟରେ ଆଠ ଜଣଙ୍କୁ ଗିରଫ କରାଯାଇଥିଲା। ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏଥିରେ ସମ୍ପୃକ୍ତ ଥିବା ଜାଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ସମ୍ପ୍ରତି ଶୁକ୍ରବାର ଦିନ କୋର୍ଟ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ଆର୍ଯ୍ୟନ ଖାନ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଆର୍ଥର ରୋଡ ଜେଲରେ ରଖାଯାଇଛି


Share It

Comments are closed.