କଂଗ୍ରେସ ପାଇଁ ପୁଣି ମୁଣ୍ଡବ୍ୟଥା ସାଜିଲେ ସିଦ୍ଧୁ ! ପାକିସ୍ତାନର କରତାରପୁର ସାହିବରେ ପହଞ୍ଚି କହିଲେ ‘ଇମ୍ରାନ୍ ମୋ ବଡଭାଇ’
ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନଭଜୋତ ସିଂ ସିଦ୍ଧୁଙ୍କର ପୁଣିଥରେ ପାକିସ୍ତାନ ପ୍ରେମ ଦେଖିବାକୁ ମିଳିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ସିଦ୍ଧୁ ‘ଭାଇ’ ବୋଲି ସମ୍ବୋଧନ କରିଛନ୍ତି। ଇମ୍ରାନ ଖାନ୍ ତାଙ୍କୁ ଖୁବ୍ ଭଲ ପାଇବା ଦେଇଛନ୍ତି ବୋଲି ମଧ୍ୟ ସିଦ୍ଧୁ କହିଛନ୍ତି। କରତାରପୁର ଗସ୍ତରେ ଥିବା ସମୟରେ ସିଦ୍ଧୁ ଏହି ବୟାନ ଦେଇଛନ୍ତି। ନିକଟରେ ଇମ୍ରାନ ଖାନ୍ ମଧ୍ୟ କରତାରପୁର କୋରିଡରକୁ ନେଇ ସିଦ୍ଧୁଙ୍କର ପ୍ରଶଂସା କରିଥିଲେ।
ସୂଚନାଯୋଗ୍ୟ, ନଭଜୋତ ସିଂହ ସିଦ୍ଧୁ ଏବେ ପାକିସ୍ତାନର କରତାରପୁରସ୍ଥିତ ଗୁରୁଦ୍ୱାର ଦରବାର ସାହିବଙ୍କ ଦର୍ଶନ ପାଇଁ କରତାରପୁର କୋରିଡର ଚେକପୋଷ୍ଟରେ ପହଂଚିଛନ୍ତି। ଏହି ସମୟରେ ସିଦ୍ଧୁଙ୍କ ସହ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ େଓାପୀ ସେନୀ, କ୍ୟାବିନେଟ ମନ୍ତ୍ରୀ ରାଜା ବଡିଂ, ପରଗଟ ସିଂହ, ଅରୁଣା ଚୌଧୁରୀ, ପଞ୍ଜାବ କଂଗ୍ରେସ ପ୍ରଭାରୀ ହରୀଶ ଚୌଧୁରୀ, କାର୍ଯ୍ୟକାରୀ ଅଧ୍ୟକ୍ଷ ସଙ୍ଗତ ସିଂହ ଗିଲଜିୟାଁ ଓ କୁଲଜୀତ ସିଂହ ଜୀରା ସମେତ ଅନେକ ବିଧାୟକ ଉପସ୍ଥିତ ଅଛନ୍ତି।
Comments are closed.