ଅକ୍ଟୋବର, ନଭେମ୍ବର ରୁ ଜିଲ୍ଲା ବୁଲିବେ ନବୀନ

Share It

ଭୁବନେଶ୍ୱର,୦୪/୦୪:ପଞ୍ଚାୟତ ପାଇଁ ପ୍ରସ୍ତୁତ ହେଉଛି ବିଜେଡି। ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ଅକ୍ଟୋବର, ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ। ସମସ୍ତ ଜିଲ୍ଲା ବୁଲିବା ପାଇଁ ବିଧାୟକ ଓ ନେତାଙ୍କୁ କହି ସାରିଲେଣି। ସାଧାରଣ ନିର୍ବାଚନରେ ବିଜେଡି ଠାରୁ ଦୁରେଇ ଯାଇଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ହେଉଛି। ବିଜେଡି ସପକ୍ଷରେ ନିର୍ବାଚନ କେମିତି ଯିବ ସେନେଇ କାମ ଆରମ୍ଭ ହେଲାଣି। ଦଳୀୟ ବିଧାୟକଙ୍କ ଠାରୁ ଆରମ୍ଭ କରି ହାରିଥିବା ନେତା ମଧ୍ୟ କାମ ଆରମ୍ଭ କରିଦେଲେଣି। ପଞ୍ଚାୟତ ସ୍ତରରେ ଯେଉଁ ମାନେ ଦୁର୍ନୀତି କରିଛନ୍ତି। ଲୋଭ ଓ ଲାଭରେ ଅଛନ୍ତି ସେମାନେ ଦଳ ଛାଡୁଛନ୍ତି। ଯେଉଁମାନେ ଲୋକଙ୍କ ପାଇଁ କାମ କରୁଛନ୍ତି ସେମାନେ ଦଳ ସହିତ ଅଛନ୍ତି।


Share It

Comments are closed.