ବିଦ୍ୟା ବାଲନଙ୍କ ସର୍ଟ ଫିଲ୍ମ ‘ନଟଖଟ’ର ପୋଷ୍ଟର ହେଲା ରିଲିଜ


କରୋନା ଭାଇରସକୁ ନେଇ ସମସ୍ତ କଳାକାର ନିଜ ନିଜର ଘରେ କଏଦ ଥିବାବେଳେ ଏହି ମଧ୍ୟରେ ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟାବାଲନ ନିଜର ସର୍ଟଫିଲ୍ମ ‘ନଟଖଟ’ର ଫାଷ୍ଟ ଲୁକ ଜାରି କରିଛନ୍ତି । ନିଜ ପ୍ରଥମ ଲୁକରେ ବିଦ୍ୟା ପୁରା ଦେଶୀ ଲୁକରେ ନଜର ଆସୁଛନ୍ତି । ସର୍ଟଫିଲ୍ମ ‘ନଟଖଟ’ର ପୋଷ୍ଟର ଆସିବା ମାତ୍ରକେ ଏହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେପଟେ ବିଦ୍ୟାଙ୍କ ଲୁକ, ପ୍ରଶଂସକମାନଙ୍କୁ ଫିଲ୍ମକୁ ପୂରା ଦେଖିବା ପାଇଁ ଉତ୍ସାହ ଭରି ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ‘ଶାନ ଭ୍ୟାସ’ କରିଥିବାବେଳେ ଏହାକୁ ‘ରୋନି ସ୍କ୍ରୁୱାଲା ଏବଂ ବିଦ୍ୟା ବାଲନ’ ପ୍ରସ୍ତୁତ କରିଛନ୍ତି । ପୋଷ୍ଟର ଜାରି ହେବା ପରେ ଅଭିନେତ୍ରୀ ଫିଲ୍ମର ରିଲିଜ ତାରିଖକୁ ନେଇ କୌଣସି ଘୋଷଣା କରିନାହାନ୍ତି ।

ପ୍ରକାଶ ଥାଉକି, ବିଦ୍ୟାବାଲନ ପ୍ରଥମଥର ପାଇଁ କୌଣସି ସର୍ଟଫିଲ୍ମରେ ନଜର ଆସୁଛନ୍ତି । ଏହି ଫିଲ୍ମର ସୁଟିଙ୍ଗ ବିଦ୍ୟା ବାଲନ ଗତ ବର୍ଷ ସାରିଦେଇଥିଲେ । ଏହି ପୋଷ୍ଟରରେ ବିଦ୍ୟା ଏକ ସାଧାରଣ ରଙ୍ଗୀନ ସାଢୀ ପିନ୍ଧିଥିବାର ଦେଖିବାକୁ ମିଳିଛି । ପୋଷ୍ଟରରେ ବିଦ୍ୟା ନିଜ ଭାବନାରେ ହଜିଯାଇଥିବା ପରି ମନେ ହୁଏ ଏବଂ ଏକ ପିଲାର ମୁଣ୍ଡଟିକୁ ମାଲସ କରୁଥିବାର ଦେଖିବାକୁ ମିଳୁଛି ।
ପୋଷ୍ଟରକୁ ସେୟାର କରିବା ସମୟରେ ବିଦ୍ୟା ଲେଖିଛନ୍ତି ଯେ, “ଗୋଟିଏ କାହାଣୀ ଶୁଣିବ ?….. ଏକ ପ୍ରଡ୍ୟୁସର ଏବଂ କଳାକାର ଋପରେ ‘ନଟଖଟ’ର ପ୍ରଥମ ପୋଷ୍ଟର ଜାରି କରୁଛି । ” ବିଦ୍ୟାଙ୍କର ଏହି ପୋଷ୍ଟରକୁ ନେଇ ବଲିଉଡ ହସ୍ତିଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ପ୍ରତିକ୍ରିୟା ଦେଉଛନ୍ତି । ଏହି ପୋଷ୍ଟରକୁ ଦେଖିବା ପରେ ଦିଆ ମର୍ଜା, ଏକତା କପୁର, ଆଦିତି ରାଓ, ମାନବୀ ଗୋଗରୀ ଏବଂ କୀର୍ତ୍ତି ସୁରେଶ ଭଳି ଅନେକ ହସ୍ତି ବିଦ୍ୟାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


Share It

Comments are closed.