ଅଳଙ୍କାର ବ୍ୟବସାୟୀଙ୍କ ପାଇଁ ବିଆଇଏସ ପ୍ରମାଣିତ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଲାଗି ପଦକ୍ଷେପ
ଭୁବନେଶ୍ୱର : ବିଆଇଏସ୍ ମାନଦଣ୍ଡ ସମେତ ବିଆଇଏସ ସାର୍ଟିଫାଏଡ ସେଫ୍, ଷ୍ଟ୍ରଙ୍ଗରୁମ ଡୋର ଓ ଭଲ୍ଟଗୁଡିକ ସମ୍ପର୍କରେ ଅଳଙ୍କାର ବ୍ୟବସାୟୀଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାର ଲକ୍ଷ୍ୟ ସହିତ ଗ୍ଲୋବାଲ ଲିଡର ଗୁନେବୋ ପକ୍ଷରୁ ଏହାର ଫ୍ଲାଗସିପ କ୍ୟାମ୍ପେନ ‘ଷ୍ଟିଲେଜ ମହୋତ୍ସବ’ର ଶୁଭାରମ୍ଭ କରାଯାଇଛି । ଏହି ମହୋତ୍ସବ ଅଗଷ୍ଟ ୧ ତାରିଖରୁ ୧୪ ତାରିଖ ୨୦୨୫ ପର୍ଯ୍ୟନ୍ତ ଚାଲିବ । ଦେଶବ୍ୟାପୀ ପରିଚାଳିତ ‘ଷ୍ଟିଲେଜ ମହୋତ୍ସବ’ କ୍ୟାମ୍ପେନର ଅଂଶ ଭାବେ ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଗୁନେବୋର ଚ୍ୟାନେଲ ପାର୍ଟନରଙ୍କ ସମର୍ଥନରେ ଅଗଷ୍ଟ ୫ ତାରିଖରେ ଆୟୋଜିତ ହୋଇଥିଲା । ‘ଷ୍ଟିଲେଜ ମହୋତ୍ସବ’ର ଲକ୍ଷ୍ୟ ହେଉଛି ଅଳଙ୍କାର ବ୍ୟବସାୟୀଙ୍କୁ ବିଆଇଏସ-ପ୍ରମାଣିତ ସିକ୍ୟୁରିଟି ପ୍ରଡକ୍ଟଗୁଡିକର ବ୍ୟବହାରର ମହତ୍ୱ ଉପରେ ସଚେତନ କରିବା ଏବଂ ସେମାନଙ୍କୁ ନିଜର ଜୁଏଲରୀ ଆଉଟଲେଟଗୁଡିକ ପାଇଁ ସଠିକ ସେଫ୍, ଭଲ୍ଟ ଓ ହାଇ-ସିକ୍ୟୁରିଟି ଲକ୍ ଚୟନ କରିବାରେ ସାହାଯ୍ୟ କରିବା । ଏହି କାର୍ଯ୍ୟକ୍ରମରେ ଅଳଙ୍କାର ବ୍ୟବସାୟୀଙ୍କୁ ବ୍ୟବସାୟର ସୁରକ୍ଷା ବୃଦ୍ଧି କରିବା କ୍ଷେତ୍ରରେ ପ୍ରମାଣିତ ଉତ୍ପାଦର ଭୂମିକାକୁ ଭଲ ଭାବରେ ବୁଝିବାରେ ସାହାଯ୍ୟ କରିବା ପାଇଁ ଲାଇଭ୍ ପ୍ରଦର୍ଶନୀ, ବିଶେଷଜ୍ଞ-ଆଧାରିତ ଆଲୋଚନା ଓ ଦ୍ୱିପାକ୍ଷିକ ଅଧିବେଶନର ଆୟୋଜନ କରାଯାଇଥିଲା । ଦୃଶ୍ୟତା ଓ ଯୋଗଦାନ ବୃଦ୍ଧି କରିବା ପାଇଁ ଏହି ପଦକ୍ଷେପ ତୃଣମୂଳ ସ୍ତରରେ ବ୍ରାଣ୍ଡ ସକ୍ରିୟତା, ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ପ୍ରଡକ୍ଟ ଭ୍ୟାନ ଓ ପ୍ରମୁଖ ସହରଗୁଡିକରେ ବ୍ରାଣ୍ଡ ଷ୍ଟୋରରେ ଉତ୍ପାଦ ପ୍ରଦର୍ଶନୀ ଦ୍ୱାରା ସମର୍ଥିତ ।
ଏହି କ୍ୟାମ୍ପେନ ସମ୍ପର୍କରେ ଗୁନେବୋ ସେଫ୍ ଷ୍ଟୋରେଜ, ଏସିଆର ମାର୍କେଟିଂ ଓ ପ୍ରଡକ୍ଟ ମ୍ୟାନେଜମେଂଟ ବିଭାଗର ମୁଖ୍ୟ ଅନିର୍ବାନ ମୁଖୁଟି କହିଛନ୍ତି, “ଷ୍ଟିଲେଜ ମହୋତ୍ସବ ହେଉଛି ଭାରତର ଅଳଙ୍କାର ବ୍ୟବସାୟୀ ମାନଙ୍କୁ ସଂଯୋଜିତ କରିବା ପାଇଁ ଏକ ସର୍ବଭାରତୀୟ ସ୍ତରର ଅଭିଯାନ ଏବଂ ଏହା ବିଆଇଏସ ସାର୍ଟିଫାଏଡ ସିକ୍ୟୁରିଟି ସଲ୍ୟୁଶନଗୁଡିକ ପାଇଁ ସଚେତନତା ସୃଷ୍ଟି କରୁଛି । ଏହି ସ୍ତରର ଏକ ଅନ୍-ଗ୍ରାଉଣ୍ଡ କ୍ୟାମ୍ପେନ ଫିଜିକାଲ ସିକ୍ୟୁରିଟି ସଲ୍ୟୁଶନ୍ସ ଇଣ୍ଡଷ୍ଟ୍ରୀରେ ପ୍ରଥମ ଧରଣର ଅଟେ । ଆମେ ଆମର ସମସ୍ତ ଚ୍ୟାନେଲ ପାର୍ଟନରଙ୍କ ସକ୍ରିୟ ସହଯୋଗ ସହିତ ଏହା ହାସଲ କରୁଛୁ ଏବଂ ଭାରତର ପ୍ରତ୍ୟେକ ପ୍ରମୁଖ ସହରରେ ଅଳଙ୍କାର ବ୍ୟବସାୟୀଙ୍କ ନିକଟରେ ପହଂଚିବାକୁ ଲକ୍ଷ୍ୟ ରଖିଛୁ ।” ଗୁନେବୋ ୯୦ ବର୍ଷରୁ ଅଧିକ ସମୟ ହେବ ଷ୍ଟିଲେଜ ଓ ଚୁବସେଫ୍ସ ଭଳି ପ୍ରତିଷ୍ଠିତ ବ୍ରାଣ୍ଡଗୁଡିକ ମାଧ୍ୟମରେ ଭାରତୀୟ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି । ଆଗାମୀ ଦିଗରେ ‘ଷ୍ଟିଲେଜ ମହୋତ୍ସବ’ ଭାରତର ସମସ୍ତ ଅଂଚଳରେ ପ୍ରମୁଖ ସହରଗୁଡିକୁ କଭର କରିବ ଯାହା ଦେଶବ୍ୟାପୀ ବ୍ୟବସାୟୀ ସମୁଦାୟ ପାଇଁ ବିଆଇଏସ-ପ୍ରମାଣିତ ସୁରକ୍ଷା ସମାଧାନଗୁଡିକର ନିକଟତର କରୁଛି ।
Comments are closed.