ଏନଏସଇ ଓ ଓଡିଶା ସରକାରଙ୍କ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷରିତ

Share It

ଭୁବନେଶ୍ୱର, ୧୫ ମେ’ ୨୦୨୫: ନିବେଶକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆର୍ଥିକ ସାକ୍ଷରତା ବୃଦ୍ଧି କରିବା ଏବଂ ଭାରତର ଯୁବପିଢିଙ୍କ ପାଇଁ ଷ୍ଟୁଡେଂଟ ସ୍କିଲିଙ୍ଗ ପ୍ରୋଗ୍ରାମଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନଏସଇ) ଓ ଓଡିଶା ସରକାରଙ୍କ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର ହୋଇଛି । ଆଜି ଭୁବନେଶ୍ୱରରେ ଓଡିଶାର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଉପସ୍ଥିତିରେ ଏନଏସଇର ମୁଖ୍ୟ ବାଣିଜ୍ୟ ବିକାଶ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ ଏବଂ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ସଚିବ ଶ୍ରୀ ପ୍ରଶାନ୍ତ କିଶୋର ମହାପାତ୍ରଙ୍କ ମଧ୍ୟରେ ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଛି । ଏହି ଏମଓୟୁର ଅଂଶ ଭାବେ ଆର୍ଥିକ ସାକ୍ଷରତା ଓ ନିବେଶକଙ୍କ ମଧ୍ୟରେ ସଚେତନତା ବିସ୍ତାର କରିବା ପାଇଁ ଏନ୍‌ଏସଇ, ଓଡିଶା ସରକାରଙ୍କ ସହଯୋଗରେ ସେମିନାର, କ୍ୟାମ୍ପ, ସୂଚନା ଅଧିବେଶନ, ରୋଡଶୋ’ ଓ କର୍ମଶାଳାଗୁଡିକ ମାଧ୍ୟମରେ ସଚେତନତା ଅଭିଯାନ ପରିଚାଳନା କରିବ । ଓଡିଶା ଏହାର ଆର୍ଥିକ ଇକୋସିଷ୍ଟମ ବିସ୍ତାର କରୁଥିବାରୁ ଛାତ୍ରଛାତ୍ରୀ, ନିବେଶକ ଓ କର୍ପୋରେଟଗୁଡିକୁ ସଶକ୍ତ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ଏହି ଏମଓୟୁ ଏନଏସଇର ଷ୍ଟୁଡେଂଟ ସ୍କିଲିଂ ପ୍ରୋଗ୍ରାମ ମାଧ୍ୟମରେ ଜରୁରୀ ଦକ୍ଷତା ସହ ଯୁବପିଢିଙ୍କୁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଉଛି । ଏନଏସଇର ଏହି ପ୍ରୋଗ୍ରାମ ମାନବ ପୁଞ୍ଜିକୁ ଉନ୍ମୋଚନ କରିବା ଏବଂ ବିଏଫଏସଆଇ ସେକ୍ଟରରେ ଉଭୟ ନିଯୁକ୍ତି କ୍ଷମତା ଓ ଆତ୍ମନିଯୁକ୍ତିକୁ ସକ୍ଷମ କରିବା ନେଇ ଭାରତ ସରକାରଙ୍କ ଲକ୍ଷ୍ୟ ସହ ଜଡିତ ରହିଛି ।

ଏହି ଏମ୍‌ଓୟୁ ସ୍ୱାକ୍ଷରିତ ହେବା ଅବସରରେ ଓଡିଶାର ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି, “ ଓଡିଶା ସରକାର ଆମ ଅଂଚଳରେ ଆର୍ଥିକ ସାକ୍ଷରତା, ନିବେଶକ ସଚେତନତା ଓ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ଆଗକୁ ପରିଚାଳନା କରିବା ପାଇଁ ଏନଏସଇ ସହ ସହଭାଗିତା କରି ଗର୍ବିତ । ଏହା କେବଳ ଆର୍ଥିକ ସୂଚନା ବିସ୍ତାର କରିବା ସମ୍ପର୍କିତ ନୁହେଁ ବରଂ ଏହା ଆର୍ଥିକ କ୍ଷେତ୍ରରେ ଆବଶ୍ୟକତା ସୂଚନା ଓ ଦକ୍ଷତା ସହ ଆମର ଛାତ୍ରଛାତ୍ରୀଙ୍କୁ ସଶକ୍ତ କରିବା ସହ ଜଡିତ ଅଟେ । ମିଳିତ ଭାବେ ଆମେ ଏକ ମଜବୁତ ଆର୍ଥିକ ଇକୋସିଷ୍ଟମ ସୃଷ୍ଟି କରୁଛୁ ଯାହା ଓଡିଶାରେ ସ୍ଥାୟୀ ବିକାଶ ପାଇଁ ବାଟ ଫିଟାଇବ ।” ସେହିପରି ଏନଏସଇର ମୁଖ୍ୟ ବାଣିଜ୍ୟ ବିକାଶ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି, “ ଓଡିଶାର ସରକାରଙ୍କ ସହ ଆମର ସହଭାଗିତା ଆର୍ଥିକ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଓ ନିବେଶକଙ୍କୁ ସଶକ୍ତ କରିବା ପ୍ରତି ଆମର ମିଳିତ ଉଦ୍ଦେଶ୍ୟକୁ ହାଇଲାଇଟ କରୁଛୁ । ନିବେଶକ ସଚେତନତା କାର୍ଯ୍ୟକ୍ରମ ଓ ଷ୍ଟୁଡେଂଟ ସ୍କିଲିଂ ପ୍ରୋଗ୍ରାମ ଭଳି ପଦକ୍ଷେପ ମାଧ୍ୟମରେ ଆମେ ଉଭୟ ଅଭିଜ୍ଞ ଓ ନୂଆ ନିବେଶକଙ୍କ ପାଇଁ ଏକ ସୂଚିତ ସମୁଦାୟ ଗଠନ କରୁଛୁ । ଆମେ ଓଡିଶାର ଯୁବପିଢିଙ୍କୁ ଆଜିର ବିକଶିତ ଆର୍ଥିକ କ୍ଷେତ୍ରରେ ସଫଳ ହେବା ପାଇଁ ଆବଶ୍ୟକ ଜରୁରୀ ଦକ୍ଷତା ସହ ସୁସଜ୍ଜିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ ।” ଏନଏସଇ ଏପ୍ରିଲ ୨୦୨୪ରୁ ମାର୍ଚ୍ଚ ୨୦୨୫ ମଧ୍ୟମରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡିକରେ ୧୪୬୭୯ଟି ନିବେଶକ ସଚେତନତା କାର୍ଯ୍ୟକ୍ରମର ପରିଚାଳନା କରିବା ସହ ୮ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଂଚିଛି । ସେହିପରି ଷ୍ଟୁଡେଂଟ ସ୍କିଲିଂ ପ୍ରୋଗ୍ରାମ ଅଧିନରେ ବିଭିନ୍ନ ରାଜ୍ୟର ୭୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯାଇଛି ।

 


Share It

Comments are closed.