ପିଆରଏସଆଇ ଡେରାଡୁନ୍‌ ପାଳିଲା ଜାତୀୟ ଜନସମ୍ପର୍କ ଦିବସ

Share It

ପିଆରଏସଆଇ ଡେରାଡୁନ୍‌ ପକ୍ଷରୁ ଜାତୀୟ ଜନସମ୍ପର୍କ ଦିବସ ପାଳନ କରାଯାଇଛି। ଏହି ଅବସରରେ ‘କୃତ୍ରିମ ବୁଦ୍ଧିମତ୍ତାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର: ଜନସମ୍ପର୍କର ଭୂମିକା’ ଶୀର୍ଷକ ଏକ ଆଲୋଚନାଚନାଚକ୍ରର ଆୟୋଜନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୂଚନା ମହାନିର୍ଦ୍ଦେଶକ ବଂଶୀଧର ତିୱାରୀ କହିଛନ୍ତି ଯେ, ଏଆଇ ଯୁଗରେ ମାନବିକତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଏଆଇକୁ ସଠିକ ଭାବରେ ବ୍ୟବହାର କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଯୁଗ୍ମ ନିର୍ଦ୍ଦେଶକ ନିତିନ ଉପାଧ୍ୟାୟ, ବିକେଟିସି ସିଇଓ ବିଜୟ ଥପଲିୟାଲ, ନ୍ୟୁଜ୍‌ ୧୮ର ସମ୍ପାଦକ ଅନୁପମ ତ୍ରିବେଦୀ ମଧ୍ୟ ସେମାନଙ୍କ ମତ ଦେଇଥିଲେ। ବୈଷୟିକ ଦିଗଗୁଡିକ ଉପରେ ଆକାଶ ଶର୍ମା ସୂଚନା ଦେଇଥିଲେ। ଅନିଲ ଭର୍ମା ଏହି କାର୍ଯ୍ୟକ୍ରମକ ପରିଚାଳନା କରିଥିଲେ। ପିଆରଏସଆଇ ଡେରାଡୁନ ସଚିବ ଅନୀଲ କୁମାର ସତୀ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ଭଟଙ୍କ ସହ ସୁଧାକର ଭଟ, ବୈଭବ ଗୋୟଲ, ରାକେଶ ଡୋଭାଲ, ଅଜୟ ଡବରାଲ, ଦୀପକ ଶର୍ମା, ପ୍ରଶାନ୍ତ ରାୱତ, ଜ୍ୟୋତି ନେଗି, ଶିବାଙ୍ଗୀ, ମନମୋହନ ଭଟ, ସଞ୍ଜୟ ସିଂ, ଉପସ୍ଥିତ ଥିଲେ।


Share It

Comments are closed.