ନୂଆ ଶିକ୍ଷାନୀତି ଲାଗୁ ପରେ ଖୁବ ଶୀଘ୍ର ବଦଳିବ ପାଠ୍ୟପୁସ୍ତକ

Share It

ଭୁବନେଶ୍ଵର : ଜାତୀୟ ଶିକ୍ଷାନୀତି ଲାଗୁ ହେବା ପରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି। ଜାତୀୟ ପାଠ୍ୟକ୍ରମ ଅନୁସାରେ ଏନ୍‌ସିଇଆରଟି ଦ୍ଵାରା ପ୍ରସ୍ତୁତ ପୁସ୍ତକ ସହ ସମାନ୍ତରାଳ ଭାବେ ଏହି ଶ୍ରେଣୀଗୁଡ଼ିକ ପାଇଁ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ସରକାର ଯୋଜନା କରିଛନ୍ତି। ଆସନ୍ତା ଶିକ୍ଷାବର୍ଷ କମିଟି ଗଠନ ନିମନ୍ତେ ରାଜ୍ୟ ସରକାର ବିଚାର କରୁଛନ୍ତି।
ପିଲାଙ୍କ ଶିକ୍ଷାପାଇଁ ‘ଜାଦୁଇପିଟାରା’କୁ ଏନ୍‌ସିଇଆରଟି ଦ୍ବାରା ଜାତୀୟ ପାଠ୍ୟକ୍ରମ ଢାଞ୍ଚାରେ ବିକଶିତ କରାଯାଇଛି। ପ୍ରାଥମିକ ବିଦ୍ୟାଳୟର ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଜାଦୁ ପେଡ଼ି’ ବଣ୍ଟନ କରାଯିବା ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ଏହାକୁ ବ୍ୟବହାର କରିବେ। ଏସ୍‌ସିଇଆରଟି ଏକ ତାଲିମ ମଡ୍ୟୁଲ୍ ‘ପ୍ରୟୋଗ’ ବିକଶିତ କରିଛି, ଯେଉଁଥିରେ ଜାଦୁ ପେଡ଼ି ସାମଗ୍ରୀର ବ୍ୟବହାର ଉପରେ ତାଲିମ ଦିଆଯିବ ।
ଅର୍ଥାତ୍ ୨୦୨୬-୨୭ରୁ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ନିଷ୍ପତ୍ତ ନିଆଯାଇଛି। ସେପଟେ ଏପ୍ରିଲ ୨ରୁ ପ୍ରତି ବିଦ୍ୟାଳୟରେ ‘ଶିଶୁବାଟିକା’ କାର୍ଯ୍ୟକ୍ଷମ ହେବା ଉଲ୍ଲେଖଯୋଗ୍ୟ, ଜାତୀୟ ଶିକ୍ଷା ନୀତି ଲାଗୁ ନେଇ ଭୋପାଳସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି ଗଠିତ ହୋଇଛି। ଏହି କମିଟି ସ୍ଥାନୀୟ ପରିପ୍ରେକ୍ଷୀରେ ଜାତୀୟ ପାଠ୍ୟକ୍ରମ ରୂପରେଖ ଅନୁସାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିବ| ଇତିମଧ୍ୟରେ କମିଟିର ୩ଟି ବୈଠକ ଅନୁଷ୍ଠିତ ହୋଇସାରିଛି। ଆସନ୍ତା ୨୬ରୁ ୩୦ ତାରିଖ ମଧ୍ୟରେ ଚତୁର୍ଥ ବୈଠକ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ ହୋଇଛି। ଏଥିସହ ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ସମୀକ୍ଷା କରିବାକୁ ଏକ ରାଜ୍ୟସ୍ତରୀୟ

ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସୂଚନା ଅନୁଯାୟୀ ଜାତୀୟ ଶିକ୍ଷା ନୀତିରେ କ୍ଲାସ୍‌ରୁମ୍ ଶିକ୍ଷା ବଦଳରେ ବିବିଧ ଶିକ୍ଷାକୁ ଗୁରୁତ୍ଵ ଦିଆଯାଉଛି। ମାତୃଭାଷାରେ ଶିକ୍ଷାଦାନ ସ‌ହ ବହୁଭାଷା ଶିକ୍ଷାକୁ ଏହି ନୀତି ପ୍ରୋତ୍ସାହିତ କରୁଛି। ଶିକ୍ଷାଦାନ ଓ ଶିକ୍ଷଣରେ ପ୍ରଯୁକ୍ତିବିଦ୍ୟାର ବହୁଳ ବ୍ୟବହାର କରାଯିବା ସେଥିପାଇଁ ତୃତୀୟ ଶ୍ରେଣୀ ସୁଦ୍ଧା ସମସ୍ତ ବିଦ୍ୟାଳୟରେ ମୌଳିକ ସାକ୍ଷରତା ସଂଖ୍ୟାଜ୍ଞାନକୁ ପ୍ରାଥମିକତା ଦିଆଯିବ। ଏପ୍ରିଲ ୨ରୁ ରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀ ୧ ଓ ପ୍ରଥମ ଶ୍ରେଣୀ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ପାଳନ କରାଯିବ ଏଥିପାଇଁ ଯୋଗ୍ୟ ବି ବିବେଚିତ ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ବାରା ମୁଖ୍ୟମ ଖ୍ୟମନ୍ତ୍ରୀଙ୍କ ସ୍ବାକ୍ଷରିତ ନିମନ୍ତ୍ରଣପତ୍ର ବଣ୍ଟନ ହେଉଛି। ଏହି ଉତ୍ସବକୁ ଉତ୍ସ ପ୍ରତି ବିଦ୍ୟାଳୟରେ ୪ ଦିନବ୍ୟାପୀ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତ ନେଇଛନ୍ତି ।


Share It

Comments are closed.