ଜାନୁଆରୀ ୯ ରୁ ସୋଆରେ ଜାତୀୟ ଅକୁପେସନାଲ ଥେରାପିଷ୍ଟ ସମ୍ମିଳନୀ

Share It

ଭୁବନେଶ୍ୱର, ଜାନୁଆରୀ ୭: ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୫୦୦ ଅକୁପେସନାଲ୍ ଥେରାପିଷ୍ଟ ଜାନୁଆରୀ ୯ ରୁ ୧୧ ପର୍ଯ୍ୟନ୍ତ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲ୍ ଇଣ୍ଡିଆ ଅକୁପେସ୍‌ନାଲ ଥେରାପିଷ୍ଟସ ଆସୋସିଏସନ୍‌ର ବାର୍ଷିକ ସମ୍ମିଳନୀରେ ଯୋଗ ଦେବେ ।
ଏହି ସମ୍ମିଳନୀରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଅନେକ ବିଶେଷଜ୍ଞ ଓ ବକ୍ତା, ଏକାଡେମିକ ବ୍ୟକ୍ତି, ଗବେଷକ ଓ ଛାତ୍ରଛାତ୍ରୀ ଯୋଗ ଦେଇ ଏହି ବିଶେଷ ବିଷୟରେ ଜ୍ଞାନ ଆହରଣ କରିବାକୁ ସୁଯୋଗ ପାଇବେ ।
ଓଟିକନ୍‌-୨୦୨୬ ଭାବେ ନାମିତ ଏହି ସମ୍ମିଳନୀକୁ ଅଲ୍ ଇଣ୍ଡିଆ ଅକୁପେସ୍‌ନାଲ ଥେରାପିଷ୍ଟସ ଆସୋସିଏସନ୍‌ର ଓଡ଼ିଶା ଶାଖା ଓ ଓଲଟପୁର ସ୍ଥିତ ସ୍ୱାମୀ ବିବେକାନନ୍ଦ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍ ରିହାବିଲିଟେସନ୍ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ (ଏସ୍‌ଭିଏନ୍‌ଆଇଆରଟିଆର) ଦ୍ୱାରା ଆୟୋଜନ କରାଯାଇଛି ।
ଏହି ସମ୍ମିଳନୀର ମୁଖ୍ୟ ପ୍ରସଙ୍ଗ ରହିଛି ‘ଟ୍ରାଡିସନ୍ ଟୁ ଟେକ୍ନୋଲଜି: ଏମ୍ବ୍ରେସିଂ କଲ୍‌ଚରାଲ ଡାଇଭର୍ସିଟି ଇନ୍ ଅକୁପେସ୍‌ନାଲ ଥେରାପି’ ।
ଜାନୁଆରୀ ୯ ସକାଳ ୧୦ଟାରେ ସମ୍ମିଳନୀର ଉଦ୍‌ଘାଟନ କରାଯିବ । ଏଥିରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଓ ଇଲେକ୍ଟ୍ରୋନିକ୍ସ ଏବଂ ଇନ୍‌ଫରମେସନ୍ ଟେକ୍ନୋଲଜି ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏଥିରେ ଲୋକସଭା ସଦସ୍ୟ ଶ୍ରୀ ବିଭୁ ପ୍ରସାଦ ତରାଇ ଓ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ ।
ଏହି ଉପଲକ୍ଷେ ଆୟୋଜିତ ହେଉଥିବା ପ୍ରି-କନ୍‌ଫରେନ୍ସ କଂଟିନ୍ୟୁୟିଂ ଅକୁପେସ୍‌ନାଲ ଥେରାପି ଏଜୁକେସନ କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ ନିର୍ଦ୍ଦେଶକ ଡକ୍ଟର ସନ୍ତୋଷ କୁମାର ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହେବ ।


Share It

Comments are closed.