ଅନାଥ ଯୁବତୀର କନ୍ୟାଦାନ କରି ଏଭଳି ଭାବେ ନିଜ କର୍ତ୍ତବ୍ୟ ପାଳନ କଲେ ପୋଲିସ ଅଧିକାରୀ

Share It

ଲକ୍‌ଡାଉନ ସମୟରେ ପୋଲିସ ସବୁ କ୍ଷେତ୍ରରେ ସମସ୍ତଙ୍କୁ ସହଯୋଗ କରୁଛି । ଗରିବ ଏବଂ ଅସହାୟଙ୍କୁ ଖାଦ୍ୟ ଯୋଗଇବା ଠାରୁ ଆରମ୍ଭ କରି ଜନ୍ମଦିନ ପାଳନ କରିବା ପର୍ଯ୍ୟନ୍ତ ପୋଲିସ ସବୁ କ୍ଷେତ୍ରରେ ସମସ୍ତଙ୍କୁ ସହଯୋଗ କରୁଥିବାବେଳେ ଏହି ପୁଣି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକୁ ସମସ୍ତ ହୃଦୟକୁ ଖୁବ ସ୍ପର୍ଶ କରିଛି । ଆଜ୍ଞା ହଁ , ଜଣେ ଅନାଥ ଯୁବତୀର କନ୍ୟାଦାନ ନାଗପୁର ପୋଲିସ ଖୁବ ପ୍ରଶଂସନୀୟ କାର୍ଯ୍ୟ କରିଛି । ଏହି ଘଟଣାଟି ନାଗପୁରର ଅଟେ ।
ଝିଅଟିର ବାପା, ମା’ କେହି ନଥିବାବେଳେ ଲକ୍‌ଡାଉନ କାରଣରୁ ଯୁବତୀ ଜଣକର କେହି ସଂପର୍କୀୟ ଏହି ବାହାଘରରେ ପହଞ୍ଚି ପ।।ରିନଥିଲେ । ଏହି ପରିପ୍ରେକ୍ଷୀରେ ନାଗପୁର ପୋଲିସ ଉକ୍ତ ଯୁବତୀଙ୍କ ବିବାହରେ ଯୋଗ ଦେଇ ତାଙ୍କର ଗୁରୁଜନ ହିସାବରେ କନ୍ୟାଦାନ ମଧ୍ୟ କରିଥିଲେ ।

ନାଗପୁର ପୋଲିସ ୬ ମେ’ରେ ଏହି ଫଟୋକୁ ଟ୍ୱିଟ କରି ଲେଖିଛନ୍ତି ଯେ, “ଝିଅର ବାପା, ମା’ ଏ ଦୁନିଆରେ ନାହାନ୍ତି । ଲକ୍‌ଡାଉନ କାରଣରୁ ତାଙ୍କର କେହି ସଂପର୍କୀୟ ଏହି ବାହାଘରରେ ପହଞ୍ଚି ପ।।ରିନଥିଲେ । ଏହି ପରିପ୍ରେକ୍ଷୀରେ ନାଗପୁର ପୋଲିସ ବିବାହ ସମସ୍ତ ପ୍ରକ୍ରିୟା ପୂରଣ କରିବା ପାଇଁ ଚେଷ୍ଟା କରିଥିଲା । ଏଥିପାଇଁ ପୋଲିସ ଇନସପେକ୍ଟର ଏବଂ ଅନ୍ୟ ପୋଲିସ କର୍ମୀ ଏହି ନବବିବାହିତ ଦମ୍ପତୀଙ୍କୁ ଆର୍ଶୀବାଦ ଦେବାପାଇଁ ଉକ୍ତ ବିବାହ ଉତ୍ସବରେ ଯୋଗ ଦେଇଥିଲେ ।”
ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଥିବାବେଳେ ନାଗପୁର ପୋଲିସର ଏହି ମହତ କାର୍ଯ୍ୟ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ମଧ୍ୟ ଛୁଟିବାରେ ଲାଗିଲାଣି ।


Share It

Comments are closed.