ନବ ଦାସ ଫାଉଣ୍ଡେସନ ପକ୍ଷରୁ ବ୍ୟାପକ ଭୋଜନ ବିତରଣ କାର୍ଯ୍ୟକ୍ରମ

Share It

ଝାରସୁଗଡା : ନବ ଦାସ ଫାଉଣ୍ଡେସନ ପକ୍ଷରୁ ସ୍ବର୍ଗତ ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଝାରସୁଗୁଡାଠାରେ ଥିବା ସମସ୍ତ ବୃଦ୍ଧା ଆଶ୍ରମ, ବିକଳାଙ୍ଗ ଆଶ୍ରମରେ ଭୋଜନ ବ୍ୟବସ୍ଥା କରାଯାଇଥିଲା । ଝାରସୁଗୁଡ଼ା ମ୍ୟୁନିସିପାଲଟି ଅନ୍ତର୍ଗତ ମିଶନ ଆଶାଲୋକ, ଝାଡେଶ୍ୱରୀ ସ୍ପେଶିଆଲ ସ୍କୁଲ, ବୃନ୍ଦାମାଲ ସ୍ପେଶିଏଲ୍ ସ୍କୁଲ, ଆଶାକିରଣ, ସୁଧାର ଗୃହ ଓ ସମସ୍ତ ବୃଦ୍ଧା ଆଶ୍ରମରେ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଏହା ସହିତ ଜିଲ୍ଲାରେ ଅବସ୍ଥିତ ବେଲପାହାଡ ଠକର ବାପା ଆଶ୍ରମ, ଲେପ୍ରୋଷି କଲୋନୀ, ବ୍ରଜରାଜନଗର ସ୍ଥିତ ମିଶନ ଆଶାଲୋକ ୨ , ଲେପ୍ରୋଷୀ କଲୋନୀ, ହଂଶାମୁରା କଣ୍ଟାପାଲି ସ୍ଥିତ ମିଶନ ଆଶ୍ରା ୧ ଓ ୨ , ଲଖାନପୂର୍  ଗୋବିନ୍ଦପୂର୍ ବୃଦ୍ଧା ଆଶ୍ରମ, ଲାଇକେରା ସାରଙ୍ଗଲୋଇ ବୃଦ୍ଧା ଆଶ୍ରମ, ଧରୁଆଡିହି ବୃଦ୍ଧା ଆଶ୍ରମ , କିରମୀରା ବନ୍ଧପାଲି ବୃଦ୍ଧା ଆଶ୍ରମ ରେ କମ୍ଭଳ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା ।

ଝାରସୁଗୁଡା ସବ୍ ଜେଲରେ ଗୋଟିଏ ଟିଭି ଓ ଫଳ ବିତରଣ କରାଯାଇଥିଲା । ଲଖନପୁର ସ୍ଥିତ ପଞ୍ଚଗାଁ ଓ କିରିମୀରା ରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସ୍ୱର୍ଗତ ନବ ଦାସ ଙ୍କ ପତ୍ନୀ ମିନତି ଦାସ, ପୁଅ ବିଶାଲ ଦାସ, ପୁତ୍ରବଧୁ ଚାର୍ଭି ଦାସ ଉପସ୍ଥିତ ଥିଲେ ।

ଏହି ସବୁ କାର୍ଯ୍ୟକ୍ରମଗୁଡ଼ିକରେ  ହରିଶ ଗଣତ୍ରା, ପିଣ୍ଟୁ ପାଢ଼ୀ, ତାପସ ରାୟ ଚୌଧୁରୀ, ରଘୁମଣି ପଟେଲ ,  ପ୍ରତାପ ନନ୍ଦ, ସନ୍ଦୀପ ଅବସ୍ତି, ଅଶୋକ ଦାସ, ତୁଳସୀ ଦାସ, ମଦନ ହାତୀ, ଶଶି ତିୱାରୀ, ଚିରଞ୍ଜିବୀ ପତି, ମୁନା ନାଏକ, ଆଲୋକ ତ୍ରିପାଠୀ, ଦାମୋଦର ନାଥ, ଜଗନ୍ନାଥ ଜେନା, ପଵନ୍ ସିଂ ଯାଦବ, ଭରତ ରାଉତ, ଶିବାଶିଷ ପଟ୍ଟନାୟକ, ରାଜେନ୍ଦ୍ର ବାଗ, ପ୍ରଶାନ୍ତ ମହାନନ୍ଦ, ରାଜୀବ କଳାର,ବାସୁଦେବ ଭଇଁସା ,ରାନି ହାତୀ, ଚିତ୍ରେଣି ପଟେଲ,ନବନିତ କୋର, ଗୀତାଞ୍ଜଳି ପଣ୍ଡା, ମଧୁମିତା ଶୁଭନିଲ, ନିତା ରାନି ସାହା, ଦୀପା ନାଏକ , ଜୟନ୍ତୀ ବେସନ,ମମତା ଦୀପ, ନିରୁପମା ଦୀପ  ପ୍ରଭୃତି ସହଯୋଗ କରିଥିଲେ।


Share It

Comments are closed.