ନବ ଦାସଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅନୁଷ୍ଠିତ

Share It

ଝାରସୁଗୁଡା,୨୯/୧ : ଝାରସୁଗୁଡା ସହର ସ୍ଥିତ ନବ ଦାସ ଅଡିଟରୀୟମ ଠାରେ ଓଡିଶା ର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ, ଝାରସୁଗୁଡା ର ପୂର୍ବତନ ବିଧାୟକ ସ୍ବର୍ଗତ ନବ କିଶୋର ଦାସ ଙ୍କ ୩ ୟ ଶ୍ରାଦ୍ଧ ବାର୍ଷିକୀ ଗୁରୁବାର ପାଳିତ ହୋଇ ଯାଇଛି | ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ନବ ଦାସ ଫାଉଣ୍ଡେସନ ଏବଂ ଜିଲ୍ଲା ର ବିଭିନ୍ନ ସଙ୍ଘଠନ ତରଫରୁ ସରଵାହାଲ ଠାରୁ ଏସ ପି ଅଫିସ ଠାରେ ଥିବା ନବ ଦାସ ଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ଏକ ବାଇକ ରାଲି କରି ନବ ଦାସ ଅମର ରହେ ନାରା ଦେଇ ପହଂଚିଥିଲେ |

ଏହି  ବିଶାଳ ବାଇକ ରାଲି ରେ ନବ ଦାସ ଙ୍କ ପୁତ୍ର ବିଶାଳ ଦାସ ଙ୍କ ସହିତ ରାଜ୍ୟ ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ପଶ୍ଚିମ ଓଡିଶା ର ବିଶିଷ୍ଠ ବିଜେଡି ନେତା ସଂଜିତ ମହାନ୍ତି ମଧ୍ୟ ସାମିଲ ରହିଥିଲେ |ଏହା ପରେ ଏସପି ଅଫିସ ନିକଟରେ ଥିବା ନବ ଦାସ ପ୍ରତିମୂର୍ତ୍ତି ରେ ନବ ଦାସ ଙ୍କ ପରିବାର ସହିତ ବିଶିଷ୍ଠ ନେତା ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ପୁଣି ଏହି ବାଇକ ରାଲି ନବ ଦାସ ଅଡିଟରୀୟମ ଠାରେ ପହଂଚିଲା ପରେ ଶ୍ରାଦ୍ଧବାର୍ଷିକୀ ସ୍ମୁତି ସଭା ଆରମ୍ଭ ହୋଇଥିଲା |ନବ ଦାସ ଫାଉଣ୍ଡେସନ, ଉପସ୍ଥିତ ଅତିଥି ଓ ଝାରସୁଗୁଡା ଜିଲ୍ଲା ଜନସାଧାରଣ ଙ୍କ ତରଫରୁ ନବ ଦାସ ଙ୍କ ଫଟୋ ରେ ପୂଜା କରାଯାଇ ଭଜନ କାର୍ଯ୍ୟକ୍ରମ ସହିତ ଶ୍ରାଦ୍ଧବାର୍ଷିକୀ ସଭା ଆରମ୍ଭ କରାଯାଇଥିଲା |ଶ୍ରାଦ୍ଧ ସଭା ରେ ଓଡିଶା ସରକାର ଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ନବ ଦାସ ଙ୍କ ସହିତ ତାଙ୍କର ପିଲା ଦିନ ଠାରୁ ଆରମ୍ଭ କରି ରାଜନୈତିକ ଜୀବନ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ କହିଥିଲେ |ପୂଜାରୀ କହିଥିଲେ ନବ ଦାସ ଙ୍କ ଭିତରେ ଥିବା କଠିନ ପରିଶ୍ରମ ଏବଂ ସଫଳ ହେବା ପର୍ଯ୍ୟନ୍ତ ଲଢେଇ କରିବା ହିଁ ସଫଳତା ର କେନ୍ଦ୍ର ବିନ୍ଦୁ ଥିବା ପ୍ରକାଶ କରିଥିଲେ |ଏହା ସହିତ ନବ ଦାସଙ୍କ ପରି ନେତା ଆଜି ର ସମୟରେ ବହୁତ କମ ଦେଖିବାକୁ ମିଳନ୍ତି ଏବଂ ନବ ଦାସ ଙ୍କ ପରିବାର ର ବନ୍ଧୁ ଭାବ ରେ ଥିଲି ଏବଂ ରହିବି ବୋଲି ପ୍ରକାଶ କରିଥିଲେ |

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଅନୁପସ୍ଥିତ ଯୋଗୁଁ ତାଙ୍କ ପ୍ରତିନିଧି ଭାବ ରେ ଆସିଥିବା ରାଜ୍ୟ ଛାତ୍ର ବିଜେଡି ର ସଭାପତି ଇପ୍ସିତା ସାହୁ ନବୀନ ପଟ୍ଟନାୟକ ଙ୍କ ଶ୍ରଦ୍ଧାଞ୍ଜଳି ବାର୍ତ୍ତା ପଢିବା ସହିତ ନବ ଦାସ ଙ୍କ ନେତୃତ୍ୱ ତଥା ସମାଜସେଵା କାର୍ଯ୍ୟକ୍ରମ କୁ ପୁଅ ବିଶାଳ ଦାସ ଏବଂ ଝିଅ ଦୀପାଳୀ ଦାସ କିପରି ଆଗେଇ ନେଉଛନ୍ତି ସେ ବିଷୟରେ ମତ ବ୍ୟକ୍ତ କରିଥିଲେ |ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେଡି ର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ନବ ଦାସ ଙ୍କ ସ୍ମୁତି ଚାରଣ କରି ବିଜେଡି ସରକାର ସମୟ ରେ ଝାରସୁଗୁଡା ଚାଷୀ ମାନଙ୍କ ପାଇଁ, ବିଭିନ୍ନ କଲେଜ ର ସରକାରୀକରଣ ପାଇଁ ସେ କିପରି ବ୍ୟଗ୍ର ଭାବ ରେ ରାଜ୍ୟ ମନ୍ତ୍ରୀ ମଣ୍ଡଳ କୁ ଚାପ ପକାଇ ଝାରସୁଗୁଡା ବାସୀ ଙ୍କ ଦୁଃଖ କୁ ଲାଘବ କରିବା ପାଇଁ ପ୍ରୟାସ କରୁଥିଲେ, ତାହାର ଉଦାହରଣ ଦେବା ସହିତ ନବ ଦାସ ପଶ୍ଚିମ ଓଡିଶା ର ଜଣେ ଅଦ୍ଵିତୀୟ ରାଜନେତା ବୋଲି ମତ ପ୍ରକାଶ କରିଥିଲେ |ନବ ଦାସ ଙ୍କ ପୁଅ ବିଶାଳ ଦାସ ତାଙ୍କ ଅଭିଭାଷଣ ରଖି ନବ ଦାସ ତାଙ୍କୁ କରିଥିବା ଶେଷ କଲ କିପରି ଆଜି ବି ପ୍ରତ୍ୟେକ ଦିନ ମୋର ହୃଦୟ ଗଭୀର ଭାବେ ଆଘାତ ପ୍ରଦାନ କରେ ସେ ବିଷୟରେ କହି ଭାବ ବିହ୍ଵଳ ହୋଇ ପକାଇଥିଲେ |

ଏହା ସହିତ ନବ ଦାସଙ୍କ ପରିବାର କହିଲେ ଝାରସୁଗୁଡା ବାସୀ ଙ୍କୁ ବୁଝାଏ ବୋଲି କହିଥିଲେ । ଝିଅ ଦୀପାଳୀ ଦାସ କୋହଭରା  ଅଭିଭାଷଣ ଦେଇ କହିଥିଲେ ଯେ ମୁଁ ଏବଂ ମୋର ଭାଇ ବଞ୍ଚିଥିଵା ପର୍ଯ୍ୟନ୍ତ ଝାରସୁଗୁଡା ଜନସାଧାରଣ ଙ୍କ ସହ ଓତପ୍ରୋତ ଭାବ ରେ ଯୋଡି ହୋଇ ରହିବା ସହିତ ସମସ୍ତ ଦୁଃଖସୁଖ ରେ ସାଥି ହୋଇ ରହିବୁ ବୋଲି ମାତପ୍ରକାଶ କରିଥିଲେ |ଶ୍ରାଦ୍ଧ ସଭା ରେ ଯୋଗ ଦେଇଥିବା ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ, ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଳ ମଧ୍ୟ ନବ ଦାସ ଙ୍କ ସ୍ମୁତି ଚାରଣ କରି ନବ ଦାସ ସେବା ଓ ସମର୍ପଣ ପାଇଁ ଝାରସୁଗୁଡା ବାସୀ ହୃଦୟ ରେ ଚିର ଅମର ହୋଇ ରହିବେ ବୋଲି କହିଥିଲେ ।

ଏହି ସଭାରେ ନିଶା ନିବାରଣ ପାଇଁ ସାରା ବିଶ୍ୱ ସଚେତନତା କରିଥିବା ଦୁର୍ଲଗା ର ଅଭିରାମ ଶତପଥୀ, ଓଡିଶା ସିଭିଲ ସର୍ଭିସ ପରୀକ୍ଷା ରେ କୃତିତ୍ୱ ହାସଲ କରିଥିବା ଝାରସୁଗୁଡା ଜିଲ୍ଲା ନାଚେନମୁରା ର ଜୟ ଶ୍ରୀ ଦେହେରିଆ, ଦ୍ୱାନମୁଣ୍ଡା ର ଅନୁପମା ଗର୍ଡିଆ,ଖୁସୁବୁ ଜୟପୁରିଆ, ଆଇ ଏ ଏସ ପାଇଥିବା ଡ଼ଃ ରୀନା ପ୍ରଧାନ, ତୀର୍ଥ ବାସୀ ପଟେଲ ଙ୍କ ବିକାଶ ହସ୍ପିଟାଲ, ସଂଜୀବନୀ ହସ୍ପିଟାଲ,ଦିବ୍ୟଦୃଷ୍ଟି ସଙ୍ଘଠନ ଙ୍କୁ ନବ ଦାସ ସ୍ମୁତି ସମ୍ମାନ ରେ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରିଥିଲେ |

ଏହା ସହିତ ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ସାଇକେଲ, ସାଉଣ୍ଡ ସିଷ୍ଟମ ପ୍ରଦାନ କରିବା ସହିତ ନବ ଦାସ ଙ୍କ ଚିତ୍ର ଅଙ୍କିଥିବା ତିନି ଜଣ ପ୍ରତିଯୋଗୀ ଙ୍କୁ ଯଥା କ୍ରମେ ୨୦ ହଜାର, ୧୫ ହଜାର ଏବଂ ୧୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା |ଏହା ସହିତ ନବ ଦାସ ଫାଉଣ୍ଡେସନ ତରଫରୁ ବିଗତ ଦିନ ମାନଙ୍କ ରେ ଜିଲ୍ଲା ର ବିଭିନ୍ନ ସ୍ଥାନ ରେ କରାଯାଇଥିବା ବକୃତା, ରଚନା ତଥା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ମଧ୍ୟ ଅତିଥି ମାନଙ୍କ ଠାରୁ ପୁରସ୍କୃତ କରାଯାଇଥିଲା |

ନବ ଦାସ ଫାଉଣ୍ଡେସନ ତରଫରୁ ଏକ ରକ୍ତଦାନ ଶିବିର ବେଳେ ୧୧୭ ୟୁନିଟ ରକ୍ତ ମଧ୍ୟ ସଂଗ୍ରହ କରାଯାଇଥିଲା |ନବ ଦାସ ଙ୍କ ଶ୍ରାଦ୍ଧ ସଭା ରେ ସ୍ବର୍ଗତ ନବ ଦାସ ଙ୍କ ପିତା, ପତ୍ନୀ ମିନତୀ ଦାସ, ବୋହୁ ଚାରବି ଦାସ, ଉପସ୍ଥିତ ଥିବାବେଳେ କିଶୋର ନାଇକ,ଦେବେଶ ଆଚାର୍ଯ୍ୟ, ସିଦ୍ଧlର୍ଥ ଦାସ ବେଦାନ୍ତ କମ୍ପାନୀ ସି ଓ ସି ଚନ୍ଦ୍ରୁ, ସୁନୀଲ ଗୁପ୍ତା ଉପସ୍ଥିତ ରହିଥିଲେ |ଏହି ଶ୍ରାଦ୍ଧ ବାର୍ଷିକୀ ରେ ଝାରସୁଗୁଡା ଜିଲ୍ଲା ସହିତ ସୁନ୍ଦରଗଡ଼, ବରଗଡ଼, ସମ୍ବଲପୁର ଜିଲ୍ଲା ର ବହୁ ରାଜନେତା ଙ୍କ ସହିତ ସ୍ବର୍ଗତ ନବ ଦାସ ଙ୍କ ଅନୁଗତ ଉପସ୍ଥିତ ରହିଥିଲେ |ଏହା ସହିତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେଡି ସଭାପତି ହରିସ ଗଣତ୍ରା, ବିଶ୍ୱନାଥ ତ୍ରିପାଠୀ, ଦାମୋଦର ନାଥ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ, ବିଜେଡି ଯୁବ ସଭାପତି ରବୀନ ପାଣ୍ଡେ, ବିଜେଡି ଛାତ୍ର ସଭାପତି ଶୁଭାଶିଷ ପଟ୍ଟନାୟକ,ବାସୁଦେବ ଭଇଂସା, ଭୋଜରାଜ ପଟେଲ, ଝାରସୁଗୁଡା ପୌର ପରିଷଦ ଅଧକ୍ଷl ରାନୀ ହାତୀ, ବ୍ରଜରାଜନଗର ପୌର ପରିଷଦ ଅଧକ୍ଷ ସୀତାନୀ ଙ୍କ ସହିତ ଶତାଧିକ ନବ ପ୍ରେମୀ ଉପସ୍ଥିତ ରହିଥିଲେ ।


Share It

Comments are closed.