କଟକରେ ବଢୁଛି, ଭୁବନେଶ୍ୱରରେ କମିଛି ହତ୍ୟା

Share It

ଭୁବନେଶ୍ୱର,୨୩/୦୩:ଭୁବନେଶ୍ୱର ହତ୍ୟାକାଣ୍ଡ ମାମଲା କମୁଛି, ହେଲେ କଟକରେ ବଢ଼ି ଚାଲିଛି।2024 ରେ କଟକରେ 21 ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିବା ବେଳେ ଏହି ସଂଖ୍ୟା 2025 ରେ ବଢ଼ି 24 ରେ ପହଁଚିଲା।ଭୁବନେଶ୍ୱରରେ ହତ୍ୟାକାଣ୍ଡ ସଂଖ୍ୟା ଅଧିକ ରହିଥିଲେ ବି 2024 ତୁଳନାରେ 2025 ରେ ଏହା କମିଛି। 2024 ରେ ଭୁବନେଶ୍ୱରରେ 43 ଟି ହତ୍ୟାକାଣ୍ଡ ମାମଲା ପଞ୍ଜିକରଣ ହୋଇଥିଲା ଯାହା 2025 ରେ କମି 33 ରେ ରହିଥିଲା। ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଲିଖିତ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି।ଅନ୍ୟପଟେ ରାଜ୍ୟରେ ବଢୁଛି ଶିଶୁ ନିଖୋଜ ମାମଲା ବଢ଼ିବାରେ ଲଗିଛି।2024 ରେ 6838 ଶିଶୁ ନିଖୋଜ ହୋଇଥିବାବେଳେ 5942 ଜଣ ଉଦ୍ଧାର ହୋଇଥିଲେ। ହେଲେ ନିଖୋଜ ସଂଖ୍ୟା 2025 ରେ ବଢ଼ି 8206 ରେ ପହଁଚିଲା।ସେଥିରୁ 6036 ଜଣ ଉଦ୍ଧାର ହୋଇଛନ୍ତି।


Share It

Comments are closed.