ଶୀର୍ଷରେ ପହଞ୍ଚିଲା ମୁମ୍ବାଇ, ପ୍ଲେ ଅଫ୍ ରୁ ବାଦ୍ ପଡ଼ିଲା ରାଜସ୍ଥାନ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଲିଗ୍ ପର୍ଯ୍ୟାୟରେ ୫୦ଟି ମ୍ୟାଚ୍ ଶେଷ କରିଛି। ଗୁରୁବାର ମୁମ୍ବାଇ ରାଜସ୍ଥାନ ରୟାଲ୍ସକୁ ୧୦୦ ରନ୍ ରେ ପରାସ୍ତ କରି କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି। ଏହା ସହ ଆରଆର ଦ୍ୱିତୀୟ ଦଳ ଭାବେ ପ୍ଲେଅଫ ଦୌଡ଼ରୁ ବାଦ୍ ପଡ଼ିଛି। ଅନ୍ୟପକ୍ଷରେ ମୁମ୍ବାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ରାଜସ୍ଥାନ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିଥିବା ବେଳେ ମୁମ୍ବାଇ ଶୀର୍ଷରେ ରହିଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ସିଜନର ୧୧ତମ ମ୍ୟାଚ୍ ଖେଳୁଥିବା ମୁମ୍ବାଇ ୨ ୱିକେଟ୍ ହରାଇ ୨୧୭ ରନ୍ କରିଛି। ଜବାବରେ ରାଜସ୍ଥାନ ରୟାଲ୍ସ ୧୬.୧ ଓଭରରେ ୧୧୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ରାଜସ୍ଥାନ ୧୧ ମ୍ୟାଚ୍ ରୁ ଅଷ୍ଟମ ପରାଜୟ ବରଣ କରିଛି। ଦଳ ମାତ୍ର ୩ ବିଜୟ ଓ ୬ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହି ପ୍ଲେଅଫ ଦୌଡ଼ରୁ ବାଦ୍ ପଡ଼ିଛି। ଯଦି ରାଜସ୍ଥାନ ତା’ର ବାକି ୩ଟି ମ୍ୟାଚ୍ ଜିତିଥାଏ, ତା’ହେଲେ ସେମାନେ ମାତ୍ର ୧୨ ପଏଣ୍ଟରେ ପହଞ୍ଚିବେ, ଯାହା ଯୋଗ୍ୟତା ଅର୍ଜନ କରିବା ପାଇଁ ଯଥେଷ୍ଟ ନୁହେଁ। ଏହି ବିଜୟ ସହ ମୁମ୍ବାଇ ପ୍ଲେଅଫ୍ ପାଇଁ ନିଜର ସମ୍ଭାବନାକୁ ଦୃଢ଼ କରିଛି। ଦଳ ୧୧ଟି ମ୍ୟାଚ୍ ଖେଳି ସପ୍ତମ ବିଜୟ ହାସଲ କରିଛି।
Comments are closed.