ଜିକିତ୍ସା ହେଲଥକେୟାର ଲିମିଟେଡର ସରକାରୀ ବ୍ୟବସାୟ ମୁଖ୍ୟ ହେଲେ ଶ୍ରୀ ଚନ୍ଦନ ଦତା
ଭୁବନେଶ୍ୱର: ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇବାରେ ଦେଶର ଅଗ୍ରଣୀ ସଂସ୍ଥା ଜିକିତ୍ସା ହେଲଥକେୟାର ଲିମିଟେଡ ପକ୍ଷରୁ ଶ୍ରୀ ଚନ୍ଦନ ଦତାଙ୍କୁ ଏହାର ସରକାରୀ ବ୍ୟବସାୟ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି । ବିଭିନ୍ନ ବିଭାଗରେ ବ୍ୟବସାୟ କାର୍ଯ୍ୟ ପରିଚାଳନାରେ ଶ୍ରୀ ଦତାଙ୍କର ୩୦ବର୍ଷରୁ ଉର୍ଦ୍ଧ୍ୱ ଅଭିଜ୍ଞତା ରହିଛି । ସେ ଜିଭିକେ ଏମରଜେନ୍ସି ଓ ମ୍ୟାନେଜମେଂଟ ରିସର୍ଚ ଇନଷ୍ଟିଚ୍ୟୁଟ, ଆକ୍ସେସ୍ ହେଲଥ ଇଂଟରନ୍ୟାସନାଲ, ରିଲାଏନ୍ସ ଟେଲିକମ୍ୟୁନିକେସନ, ବଜାଜ୍ ଇଲେକ୍ଟ୍ରିକାଲସ ଏବଂ ବ୍ଲୋ ପ୍ଲା୍ଷ୍ଟ ଭଳି ଅନୁଷ୍ଠାନଗୁଡ଼ିକରେ ନେତୃତ୍ୱ ନେଇଛନ୍ତି । ଜିଭିକେ ଇଏମଆରଆଇରେ ଥିବା ସମୟରେ ସେ ଜନସାଧାରଙ୍କ ମଙ୍ଗଳ ପାଇଁ ଅନେକ ପ୍ରକଳ୍ପର ଆରମ୍ଭ କରିଛନ୍ତି, ଯେବେକି ଇଏମଏସ ସିଷ୍ଟମ କ୍ଷେତ୍ରରେ ସେ ଜଣେ ଜଣାଶୁଣା ଚେହେରା ଅଟନ୍ତି । ଜିକିତ୍ସାରେ ତାଙ୍କର ଭୂମିକା ଇଏମଏସ କ୍ଷେତ୍ରରେ ଜିକିତ୍ସାର ଉପସ୍ଥିତିକୁ ଆହୁରି ବଢ଼ାଇବ । ସେ ତାଙ୍କର ବ୍ୟାପକ ତଥା ବିସ୍ତୃତ ଅଭିଜ୍ଞତାକୁ ଉପଯୋଗ କରି ଦେଶରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଭିବୃଦ୍ଧି ତଥା ଜିକିତ୍ସା ହେଲଥକେୟାର ଲିମଟେଡକୁ ନୂତନ ଉଚ୍ଚତାକୁ ନେବାକୁ ଅପେକ୍ଷା କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ନୂତନରୁପେ ନିଯୁକ୍ତି ପାଇଥିବା ଜିକିତ୍ସା ହେଲଥ କେୟାର ଲିମିଟେଡ଼୍ ପକ୍ଷରୁ ଏହାର ସରକାରୀ ବ୍ୟବସାୟ ମୁଖ୍ୟ, ଶ୍ରୀ ଚନ୍ଦନ ଦତା କହିଛନ୍ତିଯେ “ବର୍ତମାନ କୋଭିଡ-୧୯ ବିଶ୍ୱ ମହାମାରୀ ଭାରତ ଏବଂ ସମଗ୍ର ବିଶ୍ୱକୁ ପ୍ରଭାବିତ କରିଥିବାବେଳେ, ଏଭଳି ସମୟରେ ମୁଁ ପ୍ରଥମେ ସ୍ୱାସ୍ଥ୍ୟସେବା ବିଶେଷଜ୍ଞମାନଙ୍କୁ ଧନ୍ୟବାଦ ଜଣାଇବାକୁ ଚାହେଁ, ଯେଉଁମାନେ ଆମମାନଙ୍କ ପାଇଁ ପ୍ରତିଦିନ ନିଜ ଜୀବନକୁ ବିପଦରେ ପକାଇ ଆଗଧାଡ଼ିରେ ରହି ଏହି ମହାମାରୀର ମୁକାବିଲା କରୁଛନ୍ତି । ସରକାରଙ୍କ ସହଭାଗିତାରେ ନିଜର ଦକ୍ଷ ଜରୁରୀକାଳିନ କାର୍ଯ୍ୟକ୍ଷମ ସେବା ସହିତ ଜିକିତ୍ସା ହେଲଥକେୟାର ଲିମିଟେଡ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ପରିବର୍ତନକାରୀ ଅଟେ, ଯାହାକି ଦଶନ୍ଧି ଧରି ଲକ୍ଷ ଲକ୍ଷ ଲୋକଙ୍କୁ ସେବା ଯୋଗାଇଆସୁଛି । ମୁଁ କମ୍ପାନୀରେ ମୂଲ୍ୟବୋଧ ସୃଷ୍ଟି କରିବାକୁ ଏବଂ ଜିକିତ୍ସା ହେଲଥକେୟାର ଲିମିଟେଡକୁ ଏକ ନୂଆ ସ୍ତରକୁ ନେଇଯିବା ପାଇଁ ଅପେକ୍ଷା କରିଛି ।”
ଏହା ସମ୍ପର୍କରେ ଜିକିତ୍ସା ହେଲଥକେୟାର ଲିମିଟେଡର ଏମଡି ତଥା ସିଇଓ ଶ୍ରୀ ଅମିତ ଜୟପୁରିୟା କହିଛନ୍ତି ଯେ, “ସମୁଦାୟ ଲକ୍ଷ ହେଉଛି ଉଭୟ ସରକାରୀ ଏବଂ ଘରୋଇ କ୍ଷେତ୍ରରେ କିଜିତ୍ସା ହେଲଥକେୟାର ଲିମିଟେଡକୁ ଏକ ଅଗ୍ରଣୀ ବ୍ରାଣ୍ଡରେ ପରିଣତ କରିବା ଏବଂ ଯେକୌଣସି ସ୍ଥାନରେ ଓ ଯେକୌଣସି ସମୟରେ ଗୁଣବତା ସ୍ୱାସ୍ଥ୍ୟସେବା ଯୋଗାଇଦେବା ନେଇ ଆମର ପ୍ରତିଶ୍ରୁତିକୁ ପୂରଣ କରିବା । ବର୍ଦ୍ଧିତ ମହାମାରୀ ଏହି ସ୍ୱାସ୍ଥ୍ୟସେବା ବିଭାଗକୁ ସମସ୍ତକୁ ଆଖି ସାମ୍ନାକୁ ଆଣିଛି । କାର୍ଯ୍ୟକ୍ଷେତ୍ରକୁ ଚନ୍ଦନ ଉପଯୁକ୍ତ ସମୟରେ ଆସିଛନ୍ତି ଏବଂ ବିଭିନ୍ନ ଉଦ୍ୟୋଗ ତଥା ଏକାଧିକ ସଂସ୍ଥାରେ ବହୁତ ବଡ଼ବଡ଼ ଏବଂ ଜଟିଳ ଭୂମିକା ପରିଚାଳନା କରିବାରେ ତାଙ୍କର ୩୦ ବର୍ଷରୁ ଉର୍ଦ୍ଧ୍ୱ ଅଭିଜ୍ଞତା ସହିତ ସେ ଆମକୁ ଆଗକୁ ବଢ଼ିବାରେ ଏବଂ ଏହି କ୍ଷେତ୍ରରେ ନୂତନ ବ୍ୟବସାୟିକ ସୁଯୋଗ ହାସଲ କରିବାରେ ସାହାଯ୍ୟ କରିବେ । ମୁଁ ଚନ୍ଦନଙ୍କୁ ଜିକିତ୍ସା ହେଲଥକେୟାର ପରିବାରକୁ ସ୍ୱାଗତ କରି ବେଶ ଉତ୍ସାହିତ । ମୁଁ, ଆମର ବରିଷ୍ଠ ନେତୃତ୍ୱ ଦଳ ସହିତ ଏହି ବ୍ୟବସାୟର ନେତୃତ୍ୱ ଏବଂ ଜେଡଏଚଏଲର ପରବର୍ତୀ ପର୍ଯ୍ୟାୟ ଅଭିବୃଦ୍ଧି ଏବଂ ବିକାଶ ନିଶ୍ଚିତ କରିବାକୁ ତାଙ୍କ ଅବଦାନକୁ ଅପେକ୍ଷା କରିଛି । ”
Comments are closed.