ସାଂସଦମାନଙ୍କ ଦରମା ବୃଦ୍ଧି, ନୂତନ ହାର ଏପ୍ରିଲ ୧, ୨୦୨୩ ରୁ ଲାଗୁ

Share It

ଭୁବନେଶ୍ୱର: ସାଂସଦମାନଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ପରିବର୍ତ୍ତନ ଅନୁସାରେ, ସାଂସଦଙ୍କ ମାସିକ ଦରମା ୧ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇ ୧ ଲକ୍ଷ ୨୪ ହଜାର ଟଙ୍କା ହୋଇଯାଇଛି।

ଏହାସହିତ, ସାଂସଦମାନଙ୍କ ଦୈନିକ ଭତ୍ତା ୨୦୦୦ ଟଙ୍କାରୁ ବୃଦ୍ଧି ପାଇ ୨୫୦୦ ଟଙ୍କା ହୋଇଛି।

ପୂର୍ବତନ ସାଂସଦମାନଙ୍କ ପେନସନ ୨୫ ହଜାର ଟଙ୍କାରୁ ବୃଦ୍ଧି ପାଇ ୩୧ ହଜାର ଟଙ୍କା ହୋଇଛି। ଏହାସହ, ସେମାନଙ୍କୁ ଅତିରିକ୍ତ ୨୫୦୦ ଟଙ୍କା ପେନସନ ମିଳିବ।

ଏହି ନୂତନ ହାର ୨୦୨୩ ଏପ୍ରିଲ ୧ ତାରିଖରୁ ପିଛିଲା ଭାବେ କାର୍ଯ୍ୟକାରୀ ହେବ।


Share It

Comments are closed.