ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା
ଭୁବନେଶ୍ୱର: ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ବୁଧବାର ଦିନ ବିଜୁ ଜନତା ଦଳ (ବିଜେଡି) ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି।
ସଂସାର ଯୋଗାଯୋଗ ଏବଂ ଆଇଟି ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟିରୁ ଓହରିଯିବାର କିଛି ଦିନ ପରେ ସସ୍ମିତ ସଂସଦୀୟ ଦଳ ନେତା ପଦରୁ ଏହି ଇସ୍ତଫା ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ନେତା ବିଜୁ ପଟ୍ଟନାୟକଙ୍କ ବିଷୟରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ବିବାଦୀୟ ମନ୍ତବ୍ୟର ପ୍ରତିବାଦ ସ୍ୱରୂପ ସେ ଏହି ସଂସଦୀୟ କମିଟିରୁ ଇସ୍ତଫା ଦେଇଥିଲେ।

Comments are closed.