ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରାସ୍ଥ ହେଲେ ବିଜେପି ନେତା ବିଜୟ ଶାହା

Share It

କର୍ଣ୍ଣେଲ ସୋଫିଆ କୁରେସୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପ୍ରୟୋଗକୁ ନେଇ ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ ବିରୋଧରେ ସୁପ୍ରିମ କୋର୍ଟଙ୍କ ଦ୍ୱାରା ମନ୍ତ୍ରୀ ବିଜୟ ଶାହା । ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ସୁପ୍ରିମ କୋର୍ଟରେ ଏକ ପିଟିସନ ଫାଇଲ କରାଯାଇଛି । ସୁପ୍ରିମ କୋର୍ଟରେ ଏହି ମାମଲାର ଶୁଣାଣି ଶୀଘ୍ର କରିବା ପାଇଁ ମନ୍ତ୍ରୀ ଦାବୀ କରିଛନ୍ତି ।
ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ, କର୍ଣ୍ଣେଲ ସୋଫିଆ କୁରେସୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପ୍ରୟୋଗ କରିବା ପାଇଁ ମନ୍ତ୍ରୀ ଶ୍ରୀ ବିଜୟ ଶାହାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ।
ହାଇକୋର୍ଟଙ୍କ ଆଦେଶକୁ ଅନୁପାଳନ କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।
ସେନାଧିକାରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ମନ୍ତ୍ରୀ ଶାହା ପୁଣିଥରେ କ୍ଷମାପ୍ରାର୍ଥନା କରିବା ସହ ସେ ସେନା ଏବଂ ଭଉଣୀ ସୋଫିଆଙ୍କ ସମ୍ମାନ କରନ୍ତି ବୋଲି କହିଛନ୍ତି ।
ପ୍ରକାଶ ଥାଉକି ଅପରେସନ ସିନ୍ଦୂର ସଂପର୍କରେ ମନ୍ତବ୍ୟ ଦେବାକୁ ଯାଇ କର୍ଣ୍ଣଲ ସୋଫିଆଙ୍କ ବିରୋଧରେ ଆପତ୍ତିଜନକ ମନ୍ତ୍ରୀ ପ୍ରୟୋଗ କରି ତାଙ୍କୁ ଆତଙ୍କବାଦୀଙ୍କ ଭଉଣୀ ବୋଲି କହିଥିଲେ ବିଜେପି ନେତା । ବିଜେପି ନେତାଙ୍କ ଏହି ବିବାଦୀୟ ମନ୍ତବ୍ୟ ପାଇଁ ବିଭିନ୍ନ ମହଲରୁ ଏହାକୁ ଦୃଢ ନିନ୍ଦା କରାଯାଇଥିଲା ।


Share It

Comments are closed.