ଆଜି ଦିଲ୍ଲୀରେ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ପାର୍ଥିବ ଶରୀର
ଦେଶର ପ୍ରଥମ ସିଡିଏସ ବିପିନ ରାୱତଙ୍କ ଗତକାଲି ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଗତକାଲି (ବୁଧବାର) ତାମିଲନାଡୁର କୁନ୍ନୁରରେ ସେନା ହେଲିକପ୍ଟର ଏମଆଇ-୧୭ଭି୫ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିଲେ ସିଡିଏସ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୩ ଜଣଙ୍କର ନିଧନ ହୋଇଛି। ଆଜି (ଗୁରୁବାର) ସିଡିଏସଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ନିଆଯିବ। ଗତକାଲି ଅର୍ଥାତ ଶୁକ୍ରବାର ଶେଷକୃତ୍ୟ ସମ୍ପର୍ଣ୍ଣ ହେବ।
ସିଡିଏସ୍ ଜେନେରାଲ୍ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମରଶରୀର ଗୁରୁବାର ସନ୍ଧ୍ୟା ସୁଦ୍ଧା ସାମରିକ ବିମାନରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିବ। ଶୁକ୍ରବାର ସେମାନଙ୍କ ବାସଭବନକୁ ନିଆଯିବ। ସକାଳ ୧୧ ଟାରୁ ପୂର୍ବାହ୍ନ ୨ଟା ପର୍ଯ୍ୟନ୍ତ ଲୋକଙ୍କୁ ଶେଷ ଦର୍ଶନ କରିବାକୁ ଅନୁମତି ଦିଆଯିବ। ଏହା ପରେ କାମରାଜ ମାର୍ଗରୁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବରାହ ଚୌରାହା ଶ୍ମଶାନ ଘାଟକୁ ତାଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହେବ। ଅନ୍ତିମ ସଂସ୍କାରରେ ତାଙ୍କ ସାନ ଭାଇ ଭଉଣୀ ଉପସ୍ଥିତ ରହିବେ।
୩ ଦିନ ରାଷ୍ଟ୍ରୀୟ ଶୋକ…
ସିଡିଏସ ବିପିନ ରାୱତଙ୍କ ଦେହାନ୍ତରେ ତିନି ଦିନ ରାଷ୍ଟ୍ରୀୟ ଶୋକ ପାଳିବ ଉତ୍ତରାଖଣ୍ଡ। ଏନେଇ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍ପର ସିଂ ଧାମୀ। ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କ ପରିବାର ପ୍ରତି ମୋର ସମବେଦନା ବୋଲି କହିଛନ୍ତି ପୁଷ୍କର ସିଂ ଧାମୀ। ପ୍ରକାଶ ଥାଉ କି ଉତ୍ତରାଖଣ୍ଡର ପଉରୀ ଗଡୱାଲରେ ଜନ୍ମଗ୍ରହଣ କରିଥିଲେ। ରାଓ୍ବତଙ୍କ ବାପା ଲକ୍ଷ୍ମଣ ସିଂ ରାଓ୍ବତ ମଧ୍ୟ ଭାରତୀୟ ସେନାରେ ଏକ ଉଚ୍ଚପଦସ୍ଥ ପଦବୀରେ ନିୟୋଜିତ ଥିଲେ। ବାପାଙ୍କ ପରେ ସେ ମଧ୍ୟ ଦେଶ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ।
Comments are closed.