ମୋରେପେନ୍ ଲ୍ୟାବ୍ସ୍ ଏହାର ଶୁଦ୍ଧ ଲାଭ ଓ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିଛି
ଭୁବନେଶ୍ୱର : ମୋରେପେନ୍ ଲାବ୍ରୋଟୋରିଜ୍ ଲିମିଟେଡ୍ ୨୦୧୯-୨୦ ଆର୍ଥିକ ବର୍ଷରେ ୧୬.୪୩% ବୃଦ୍ଧି ସହ ୩୩.୫୮ କୋଟି ଟଙ୍କାର ମୋଟ ଶୁଦ୍ଧ ଲାଭ ହାସଲ କରିଛି । ଏହି ସମୟରେ କମ୍ପାନୀର ମୋଟ ଶୁଦ୍ଧ ରାଜସ୍ୱ ୧୧.୭% ବୃଦ୍ଧି ହୋଇ ୮୬୨.୫୫ କୋଟି ଟଙ୍କା ରହିଛି । ତେବେ ଗତ ଆର୍ଥିକ ବର୍ଷରେ କମ୍ପାନୀର ଶୁଦ୍ଧ ଲାଭ ୨୮.୮୪ କୋଟି ଟଙ୍କା ଥିବା ବେଳେ ଶୁଦ୍ଧ ରାଜସ୍ୱ ୭୭୨.୨୧ କୋଟି ଟଙ୍କା ରହିଥିଲା । ୨୦୧୯-୨୦ରେ କମ୍ପାନୀର ଏବିଡଟା (ଏକତ୍ରିତ) ୯.୬% ବୃଦ୍ଧି ହୋଇ ୭୮ କୋଟି ଟଙ୍କା ରହିଥିବା ବେଳେ ମୋଟ ନଗଦ ଲାଭ ୧୦% ବୃଦ୍ଧି ହୋଇ ୭୬.୦୨ କୋଟି ଟଙ୍କାରେ ପହଂଚିଛି । ଏଥିସହିତ ଏହି ଅବଧିରେ ଟିକସ ପୂର୍ବବର୍ତୀ ମୋଟ ଲାଭ (ପିବିଟି) ୩୪%ର ଚମତ୍କାର ଅଭିବୃଦ୍ଧି ସହିତ ୩୯.୧୧ କୋଟି ଟଙ୍କା ରହିଛି ଯାହା ଏହାର ପୂର୍ବ ବର୍ଷର ସମାନ ଅବଧିରେ ୨୯.୧୮ କୋଟି ଟଙ୍କା ଥିଲା ।
୪ର୍ଥ ତ୍ରୈମାସିକ ଓ ୨୦୧୯-୨୦ ଆର୍ଥିକ ବର୍ଷର ଫଳାଫଳକୁ ନେଇ ବୋର୍ଡ ମିଟିଙ୍ଗ୍ ପରେ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସୁଶିଲ ସୁରି ଏସମ୍ପର୍କରେ ଘୋଷଣା କରିଥିଲେ । ସେ କହିଥିଲେ, ବିଶ୍ୱବ୍ୟାପୀ କରୋନା ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଜଟିଳ ବାଣିଜ୍ୟିକ ପରିସ୍ଥିତି ସତ୍ୱେ କମ୍ପାନୀ ଭଲ ଅଭିବୃଦ୍ଧି ହାସଲ କରିପାରିଛି । ଏହି ସମୟରେ କମ୍ପାନୀର ଓଟିସି ଉତ୍ପାଦ ଡିଭିଜନ ସୁରକ୍ଷିତ ରହିବା ପାଇଁ ଗ୍ରାହକଙ୍କୁ ସଶକ୍ତ କରିବା ଓ ତଳ ସ୍ତରରେ କୋଭିଡ୍-୧୯ ବିରୋଧରେ ଲଡିବା ପାଇଁ ଏକ ବ୍ୟାପକ ରେଞ୍ଜର ବ୍ୟକ୍ତିଗତ ସ୍ୱଚ୍ଛତା ଓ କୋଭିଡ୍ ସୁରକ୍ଷା ଉତ୍ପାଦ ଯେପରିକି ନନ୍-କଂଟାକ୍ଟ ଇନ୍ଫ୍ରାରେଡ୍ ଥର୍ମୋମିଟର୍, ଅକ୍ସିମିଟର, ହ୍ୟାଣ୍ଡ ସାନିଟାଇଜର୍ (ଉଭୟ ଜେଲ୍ ଓ ରବ୍ ଆକାରରେ), ଆଂଟି-ବ୍ୟାକ୍ଟେିରିଆଲ ହ୍ୟାଣ୍ଡୱାଶ, ଆଂଟିବ୍ୟାକ୍ଟେରିଆଲ ସ୍ପ୍ରେ, ଆଂଟି-ବ୍ୟାକ୍ଟେରିଆଲ ସାବୁନ, ଡିସ୍ଇନ୍ଫେକ୍ଟାଂଟ୍ ସଲ୍ୟୁସନ୍ସ, ଏନ୍-୯୫ ଓ ୩-ପ୍ଲାଏ ଫେସ୍ ମାସ୍କ, ନାଇଟ୍ରାଇଲ୍ ଗ୍ଲୋଭ୍, ପିଲାମାନଙ୍କ ପାଇଁ ଭିଟାମିନ୍-ସି ଗମିଜ୍, ମଲ୍ଟିଭିଟାମିନ୍ସ, ଚୱନପ୍ରାସ ଓ କର୍କ୍ୟୁମିନ୍ ଟାବ୍ଲେଟ୍ ଆଦି ଲଂଚ୍ କରାଯାଇଛି । ମୋରେପେନ୍ ଡବ୍ଲ୍ୟୁଏଚ୍ଓର ଫର୍ମୂଲା ଅନୁଯାୟୀ ୧୦୦ ଏମ୍ଏଲ୍ରୁ ଆରମ୍ଭ କରି ୫ ଲିଟର୍ର ବଲ୍କ ପ୍ୟାକ୍ ପର୍ଯ୍ୟନ୍ତ ବିଭିନ୍ନ ପ୍ୟାକ୍ ସାଇଜ୍ରେ ଏହାର ହ୍ୟାଣ୍ଡ ସାନିଟାଇଜର୍ଗୁଡିକୁ ଲଂଚ୍ କରିଥିଲା । କମ୍ପାନୀର ଆଂଟି-ବ୍ୟାକ୍ଟେରିଆଲ ଡିସ୍ଇନ୍ଫେକ୍ଟାଂଟ୍ ସଲ୍ୟୁସନ୍ସ ଓ ସ୍ପ୍ରେଗୁଡିକୁ ଯେକୌଣସି ପ୍ରକାରର ଛୋଟ ଓ ବଡ ଚଟାଣର ୱାଶିଂ, କ୍ଲିନିଙ୍ଗ୍ ଓ ଡିସ୍ଇନ୍ଫେକ୍ଟିଂ ପାଇଁ ବ୍ୟବହାର କରିହେବ । କମ୍ପାନୀର ବୋର୍ଡ ମିଟିଙ୍ଗ୍ରେ ଫିନିସ୍ଡ ଡୋସେଜେସ୍ ବିଜ୍ନେଓ ଏବଂ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବର୍ଗରେ ଅନ୍ଲାଇନ୍ ବ୍ୟବସାୟ ପାଇଁ ନୂତନ ପଦକ୍ଷେପ ଉପରେ ଧ୍ୟାନ ଦେବା ଲାଗି ଦୁଇଟି ସମ୍ପୂର୍ଣ୍ଣ ମାଲିକାନା ବିଶିଷ୍ଟ ସହାୟକ ସଂସ୍ଥାକୁ ମଞ୍ଜୁରୀ ପ୍ରଦାନ କରାଯାଇଛି ।
Comments are closed.