ଇଥିଓପିଆରେ ହିଂସାକାଣ୍ଡ, ୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବୀ

Share It

ଆଫ୍ରିକୀୟ ଦେଶ ଇଥିଓପିଆରେ ଜାତିଗତ ହିଂସାକାଣ୍ଡ ଯୋଗୁଁ ୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏଥିରୁ ଅଧିକାଂଶ ଲୋକ ଆମହାରା ଜାତିର। ଆକ୍ରମଣ ଅଭିଯୋଗ ବିଦ୍ରେହୀ ଗୋଷ୍ଠୀ ଉପରେ ରହିଛି, ତେବେ ବିରୋଧୀ ଗୋଷ୍ଠୀ ଏଥିରେ ନିଜର ସମ୍ପୃକ୍ତି ନାହିଁ ବୋଲି କହିଛି। ଉଲ୍ଲେଖନୀୟ ଯେ, ଆଫ୍ରିକାର ଦ୍ୱିତୀୟ ସବୁଠାରୁ ଅଧିକ ଜନସଂଖ୍ୟା ବହୁଳ ଦେଶ ହେଉଛି ଇଥିଓପିଆ । ସେଠାରେ ଜାତିଗତ ହିଂସାକାଣ୍ଡ ଘଟଣା ଚିନ୍ତାଜନକ ସ୍ଥିତିରେ ରହିଛି।

ଗିବି କାଉଣ୍ଟିର ନିବାସୀ ଅବଦୁଲ ସିଦ୍ ତାହିର ଶନିବାର ଆକ୍ରମଣରୁ ବଞ୍ଚିବା ପରେ ଏସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି, ମୁଁ ୨୩୦ ଟି ମୃତଦେହ ଗଣିଛି। ଏହି ନାଗରିକଙ୍କ ବିରୋଧରେ ସବୁଠାରୁ ଘାତକ ଆକ୍ରମଣ, ଯାହାକୁ ମୁଁ ଜୀବନକାଳରେ କେବେ ଦେଖିନି। ମୃତଦେହ ଗୁଡିକୁ ଏକାଠି ସମାଧି ଦିଆଯାଉଛି। ଆମେ ଏବେ ବି ମୃତଦେହକୁ ଏକାଠି କରୁଛି। ଫେଡରାଲ ଆର୍ମି ଆସିସାରିଛି, କିନ୍ତୁ ଆମକୁ ଏହି କଥାର ଭୟ ରହିଛି, ଯଦି ସେନା ଚାଲିଯିବ ପୁଣିଥରେ ଆମ ଉପରେ ଆକ୍ରମଣ ହୋଇପାରେ।


Share It

Comments are closed.