ଆସନ୍ତା କାଲି ଠାରୁ ଟୁଇନ ସିଟିରେ ଗଡିବ ‘ମୋ ବସ’
ଆସନ୍ତା କାଲିଠାରୁ କଟକ-ଭୁବନେଶ୍ବର ଦ୍ଵୈତ ନଗରୀରେ ଗଡ଼ିବ ‘ମୋ-ବସ୍’ । ସକାଳ ୭ଟାଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋ ବସ୍ ଯାତାୟତ କରିବ । ଏଥିପାଇଁ ୭ଟି ରୁଟ୍ ଚିହ୍ନଟ ହୋଇଛି ଏବଂ ଏହି ରୁଟରେ ବସ୍ ଯାତାୟତ କରିବ । ତେବେ ସବୁଗୁଡ଼ିକ ଅଣ ଶୀତତାପ ନିୟନ୍ତ୍ରିତ ବସ୍ ଚାଲିବ ବୋଲି ସରକାର ସ୍ଥିର କରିଛନ୍ତି । ସୂଚନା ଅନୁସାରେ ଗାଡ଼ିଗୁଡ଼ିକ ମଧ୍ୟରୁ ୪ଟି ମାଷ୍ଟରକ୍ୟାଣ୍ଟିନରୁ ଛାଡ଼ିବ । ମାଷ୍ଟରକ୍ୟାଣ୍ଟିନରୁ ଛାଡ଼ୁଥିବା ଗାଡ଼ି ସିଡ଼ିଏ, ଖୋର୍ଧା, ସମ୍ ଡ଼ାକ୍ତରଖାନା, ଏମ୍ସ ଯିବ । ସେହିପରି ଏୟାରପୋର୍ଟରୁ ଗୋଟିଏ ବସ୍ ସିଡ଼ିଏ, ନନ୍ଦନ ବିହାରରୁ ଗୋଟିଏ ଗାଡ଼ି ଲିଙ୍ଗିପୁର ଓ ଡ଼ୁମୁଡ଼ୁମାରୁ ଗୋଟିଏ ଗାଡ଼ି ମଞ୍ଚେଶ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।
To start with we will operate non- AC #MoBus🚌 in 7 routes of Capital Region from 7 AM-7 PM tomorrow onwards.
ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ #ମୋବସ ଗଡ଼ିବ ପ୍ରଥମେ ୭ଟି ରୁଟରେ ଆସନ୍ତା କାଲିଠାରୁ |#MoBusforBetterYou pic.twitter.com/m6qLajKU4A
— Capital Region Urban Transport (@CRUT_BBSR) May 25, 2020
ଏହା ସହ ବସରେ ଯାତ୍ରା ନିମନ୍ତେ କେତେକ ସର୍ତ ରଖିଛନ୍ତି ସରକାର। ପ୍ରଥମ ସର୍ତ ହେଉଛି ଯାତ୍ରୀମାନେ କରୋନା ମାର୍ଗଦର୍ଶିକାର ସଠିକ ଅନୁପାଳନ କରିବେ । ବିନା ମାସ୍କରେ ଗାଡ଼ିରେ ଯାତ୍ରା କରାଯାଇ ପାରିବ ନାହିଁ । ସେହିପରି ଟିକେଟ୍ ମୂଲ୍ୟ ଯାହା ସେତିକି ଟଙ୍କାର ଖୁଚୁରା ଦେବାକୁ ପଡ଼ିବ ।ସେହିପରି ବସ୍ରେ ଯେତିକି ସିଟ ରହିଛି ସେତିକି ଲୋକ ଯାଇପାରିବେ । ବସ୍ ଭିତରେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ । ସିଟ୍ ଖାଲି ନଥିଲେ ଯାତ୍ରୀଙ୍କୁ ଉଠାଯିବ ନାହିଁ । ସେହିପରି ଯାତ୍ରା ସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖନ୍ତୁ ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି ।
Comments are closed.