ଦେଶକୁ ରୌପ୍ୟ ପଦକ ଭେଟି ଦେଇ ସ୍ୱଦେଶ ଫେରୁଛନ୍ତି ମୀରାବାଇ
ଭାରତୀୟ କ୍ରୀଡ଼ା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟରେ ଲେଖାଯିବ ମୀରାବାଈ ଚାନୁଙ୍କ ନାମ। ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିବସରେ ହିଁ ଦେଶବାସୀଙ୍କୁ ରୌପ୍ୟ ପଦକ ଭେଟି ଦେଇଥିଲେ ମୀରାବାଈ ଚାନୁ। ଏହାପୂର୍ବରୁ ଭାରତ କେବେ ପୂର୍ବରୁ ପ୍ରଥମ ଦିବସରେ ପଦକ ଜିତିବାର ସୌଭାଗ୍ୟ ଲାଭ କରିନଥିଲା।
Heading back to home 🇮🇳, Thank you #Tokyo2020 for memorable moments of my life. pic.twitter.com/6H2VpAxU1x
— Saikhom Mirabai Chanu (@mirabai_chanu) July 26, 2021
ଭାରୋତ୍ତୋଳନରେ ସେ ଦୀର୍ଘ ୨୧ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇ ଦେଶ ପାଇଁ ଆଣିଥିଲେ ଐତିହାସିକ ସଫଳତା। ଏସବୁ ମଧ୍ୟରେ ରୌପ୍ୟ ପଦକ ବିଜୟିନୀ ଏବେ ଟୋକିଓରୁ ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଏନେଇ ସେ ନିଜେ ଫଟୋ ପୋଷ୍ଟ କରି ସୂଚନା ଦେଇଛନ୍ତି। ସୋମବାର ଦିନ ସକାଳ ୭ଟା ସମୟରେ ସାଇକୋମ ମୀରାବଈ ଚାନୁ କୋଚଙ୍କ ସହ ବିମାନ ବନ୍ଦରରେ ଠିଆ ହୋଇଥିବାର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଭାରତ ପ୍ରତ୍ୟାବର୍ତ୍ତନ କରୁଥିବା ନେଇ ସୂଚନା ଦେଇଛନ୍ତି।
Comments are closed.