‘ବାହାରିନ୍’ରେ ଫସି ରହିଥିବା ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଭୁବନେଶ୍ୱର : ମହାମାରୀ କରୋନା ଭାଇରସ ସଂକ୍ରମଣ ଯୋଗୁଁ ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ପ୍ରବାସୀ ଓଡିଆ ରୋଜଗାର ହରାଇ ବାହାରିନରେ ଫସି ରହିଛନ୍ତି । ଏମାନଙ୍କ ବ୍ୟତିତ ଅନେକ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା ଓ ଶିଶୁମାନେ ମଧ୍ୟ ବାହାରିନରେ ଅଟକି ରହିଛନ୍ତି, ଯେଉଁମାନେ ଓଡିଶା ଫେରିବା ପାଇଁ ଆଗ୍ରହୀ ଅଟନ୍ତି । ଏହି ପ୍ରବାସୀ ଓଡିଆମାନେ ନିଜ ରାଜ୍ୟ ଓଡିଶାକୁ ଫେରିବା ନିମନ୍ତେ ପ୍ରୋଟୋକଲ ଅନୁଯାୟୀ ‘ବନ୍ଦେ ଭାରତ ମିଶନ’ରେ ସେମାନଙ୍କର ନାମ ପଞ୍ଜୀକରଣ କରିଥିଲେ ହେଁ ଏ ପର୍ଯ୍ୟନ୍ତ ଓଡିଶା ଫେରି ପାରୁ ନାହାନ୍ତି । ଗତ ୩୦ ତାରିଖରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୧୮ଟି ଦେଶର ପ୍ରବାସୀ ଓଡିଆଙ୍କ ସହିତ ସହ ଜୁମ ଆପ୍ ଯୋଗେ ଆଲୋଚନା କରିଥିବାବେଳେ ବାହାରିନଠାରେ ଅଟକି ରହିଥିବା ପ୍ରବାସୀ ଓଡିଆ ସେମାନଙ୍କ ଫେରିବା ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଅନୁରୋଧ କରିଥିଲେ । ଏହି ପରୀପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଏ ଦିଗରେ ହସ୍ତକ୍ଷେପ କରି ପ୍ରବାସୀ ଓଡିଆମାନଙ୍କୁ ସୁବିଧାରେ ଫେରାଇ ଆଣିବା ନିମନ୍ତେ ଅନୁରୋଧ କରିଛନ୍ତି । ବାହାରିନରୁ ଭାରତ ବହୁ କମ ସଂଖ୍ୟାକ ବିମାନସେବା ଚଳାଚଳ କରୁଥିବାରୁ ଭାରତୀୟମାନଙ୍କୁ ଫେରାଇ ଆଣିବାରେ ବିଳମ୍ବ ହେଉଛି ବୋଲି ବାହାରିନ ଓଡିଆ ସମାଜ ପକ୍ଷରୁ ସୂଚନା ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଏ
ଏଥି ସହିତ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଦେଶିକ ମନ୍ତ୍ରାଳୟରେ ଓଡିଶା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଶ୍ରୀ ରାହୁଲ ଶ୍ରୀବାସ୍ତବଙ୍କୁ ମଧ୍ୟ ପତ୍ରଲେଖି ଏ ଦିଗରେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ପ୍ରବାସୀ ଓଡିଆଙ୍କ ପାଇଁ ଭୁବନେଶ୍ୱରକୁ ସିଧାସଳଖ ବିମାନଯାତ୍ରା କିମ୍ବା ଭୁବନେଶ୍ୱର ସହ ସଂଯୋଗ କରୁଥିବା ବିମାନ ସେବା ଯୋଗାଇଦେବା ପାଇଁ ଶ୍ରୀ ସ୍ୱାଇଁ ଶ୍ରୀ ଶ୍ରୀବାସ୍ତବଙ୍କୁ ଅନୁରୋଧ କରିଛନ୍ତି ।
Comments are closed.